ଆହୁରି ସଶକ୍ତ ହେବ ଭାରତୀୟ ସେନା ; ଫ୍ରାନ୍ସଠୁ ଆଧୁନିକ ରାଫେଲ କରଇବାକୁ ହୋଇଛି ଚୁକ୍ତି ।

Advertisment

ସଶକ୍ତ ହେଉଛି ଭାରତୀୟ ସେନା । ଶେଷ ପର୍ଯ୍ୟାୟରେ ଫ୍ରାନ୍ସଠୁ ୨୬ଟି ଅତ୍ୟାଧୁନି ରାଫେଲ ମେରାଇନ ଜେଟ କ୍ରୟ  ଚୁକ୍ତି । ହିନ୍ଦ ମହସାଗରରେ ଆଇଏନଏସ ବିକ୍ରାନ୍ତରେ କରାଯିବ ମୁତୟନ । ବେସ ପ୍ରାଇଜରେ ରାଫେଲ ଏମ କିଣିବ ଭାରତ ।

ସଶକ୍ତ ହେଉଛି ଭାରତୀୟ ସେନା । ଶେଷ ପର୍ଯ୍ୟାୟରେ ଫ୍ରାନ୍ସଠୁ ୨୬ଟି ଅତ୍ୟାଧୁନି ରାଫେଲ ମେରାଇନ ଜେଟ କ୍ରୟ  ଚୁକ୍ତି । ହିନ୍ଦ ମହସାଗରରେ ଆଇଏନଏସ ବିକ୍ରାନ୍ତରେ କରାଯିବ ମୁତୟନ । ବେସ ପ୍ରାଇଜରେ ରାଫେଲ ଏମ କିଣିବ ଭାରତ ।

628888

କନକ ବ୍ୟୁରୋ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ ବଡ଼ ପ୍ରତିରକ୍ଷା ଚୁକ୍ତି । ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ ଯୁଦ୍ଧ ବିମାନ ମିଳିବ । ଏଥିସହିତ ୩ଟି ସ୍କରପିଅନ କ୍ଲାସ ସବମେରାଇନ କଣିବ ଭାରତ । ଏହାପୂର୍ବରୁ ୨୦୧୬ ରେ ଭାରତ ଏହାର ବାୟୁସେନା ପାଇଁ ୩୬ ଟି ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଏକ ଚୁକ୍ତି କରିଥିଲା, ଯାହା ସବୁ ଢେଲିଭରୀ କରାଯାଇ ସାରିଛି। ଏହି ନୂତନ ଚୁକ୍ତି ଖୁବ ଶୀଘ୍ର ହୋଇପାରେ ବୋଲି ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ ଦିନେଶ ତ୍ରିପାଠୀ । 

ଡିଜାଇନ ଏବଂ ସାମର୍ଥ୍ୟ ଅନୁସାରେ ନୌସେନା ଯୁଦ୍ଧ ବିମାନ ବାୟୁସେନା ରାଫାଲଠାରୁ ଭିନ୍ନ। ଏହାର କାରଣ ହେଉଛି ଯେଉଁଠାରେ ଯୁଦ୍ଧ ବିମାନ ଚଳାଚଳ କରୁଥିବା ପରିବେଶ ଏବଂ ସେମାନଙ୍କୁ ଦିଆଯାଇଥିବା ଭୂମିକା ମଧ୍ୟରେ ଏକ ପାର୍ଥକ୍ୟ ଅଛି।ଯେଉଁଥିରେ ବର୍ଦ୍ଧିତ ଅବତରଣ କ୍ଷମତା, କାଟାପଲ୍ଟ କିମ୍ବା ରେମ୍ପ ଲଞ୍ଚ ଏବଂ ଲୁଣିଆ ଜଳ ପରିବେଶରେ ଉଡ଼ାଣ ଅନ୍ତର୍ଭୁକ୍ତ । ବିମାନ ପରିବହନକାରୀଙ୍କ ଉପରେ ନିୟୋଜନ ଏବଂ ସମରାଭ୍ୟାସକୁ ସୁଗମ କରିବା ପାଇଁ ରାଫାଲ ମେରାଇନରେ ଲ୍ୟାଣ୍ଡିଂ ଗିଅର୍‌ ଏବଂ ଏୟାରଫ୍ରେମ ଅତ୍ୟନ୍ତ ଦୃଢ଼ ହୋଇଛି। ଫୋଲ୍ଡିଂ ଡେଣା ମଧ୍ୟ ମଜବୁତ ହୋଇଛି। ଅନ୍ୟ ପଟେ, ସ୍ଥଳ ଭିତ୍ତିକ ଯୁଦ୍ଧ ବିମାନ ଏହି ସୁବିଧା ଆବଶ୍ୟକ କରେ ନାହିଁ କାରଣ ସେମାନେ ପାରମ୍ପାରିକ ରନୱେରୁ କାର୍ଯ୍ୟ କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe