ଥରହର ହେବ ପାକିସ୍ତାନ : ୬୩,୦୦୦ କୋଟି ଟଙ୍କାରେ ଡିଲ୍ ସାଇନ୍ ହେଲା , ଭାରତ ଆସିବ ୨୬ ଟି Rafale-M ଲଢୁଆ ବିମାନ

୨୬ ନୂଆ ରାଫେଲ କିଣିବା ନେଇ ଆଜି ଫ୍ରାନ୍ସ ସହ ଫାଇନାଲ ଚୁକ୍ତି କରିଛି ଭାରତ । ଭାରତୀୟ ନୌସେନାରେ ୨୬ ନୂଆ ରାଫେଲ ସାମିଲ ହେବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜଭୁତ କରିବ ।

rafel Story

rafel Story Photograph: (Kanak News)

ଭାରତ-ପାକିସ୍ତାନ ଟେନ୍‌ସନ୍‌ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ ହୋଇଛି । ୨୬ ନୂଆ ରାଫେଲ କିଣିବା ନେଇ ଆଜି ଫ୍ରାନ୍ସ ସହ ଫାଇନାଲ ଚୁକ୍ତି କରିଛି ଭାରତ । ଭାରତୀୟ ନୌସେନାରେ ୨୬ ନୂଆ ରାଫେଲ ସାମିଲ ହେବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜଭୁତ କରିବ । ଏଥିରେ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଡବଲ ସିଟର ଟ୍ରେନର ଯୁଦ୍ଧବିମାନ ଆସିବ ।  

rafale
rafale Photograph: (google)

ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ଆଜି ଏହି ଚୁକ୍ତି ସ୍ବାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି । ତେବେ ଆସନ୍ତା ୨୦୨୮ ରୁ ୨୦୨୯ ଭିତରେ ୨୬ ରାଫେଲ ଯୁଦ୍ଧବିମାନ ଭାରତକୁ ଆସିବ । ୨୦୩୧-୩୨ ସୁଦ୍ଧା ଏହି ଫାଇଟର ଜେଟ୍‌ ନୌସେନାରେ ସାମିଲ ହେବ । ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସାମିଲ ହେବ । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧବିମାନର ମରାମତି, ଚାଳକଙ୍କୁ ପ୍ରଶିକ୍ଷଣ, କିଛି ପାର୍ଟ୍ସର ଘରୋଇ ନିର୍ମାଣ ମଧ୍ୟ କରାଯିବ । ଏହା ଭିତରେ ଗତକାଲି ଆରବ ସାଗରରେ ନୌସେନା ପକ୍ଷରୁ ଆଇଏନଏସ୍ ସୁରଟରୁ ଆଣ୍ଟି ସିପ୍ ମିସାଇଲ ପରୀକ୍ଷଣ ହୋଇଛି । 

rafle2
rafle2 Photograph: (google)

ନୌସେନାକୁ ରାଫେଲ୍‌ ବଳ

ଭାରତ-ପାକିସ୍ତାନ ଟେନ୍‌ସନ୍‌ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ୍‌ ।
୨୬ ନୂଆ ରାଫେଲ କିଣିବା ନେଇ ଆଜି ଫ୍ରାନ୍ସ ସହ ଫାଇନାଲ ଚୁକ୍ତି
୬୩ ହଜାର କୋଟି ଟଙ୍କାରେ ଭାରତ କିଣିଲା ୨୬ ରାଫେଲ ଯୁଦ୍ଧବିମାନ
ଏଥିରେ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ରହିଛି
୪ ଟି ଡବଲ ସିଟର ଟ୍ରେନର ରାଫେଲ ଯୁଦ୍ଧ ବିମାନ ଆସିବ 
ଭାରତର ପ୍ରତିରକ୍ଷା ସଚିବ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ଚୁକ୍ତି ହୋଇଛି
ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଏସ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି
ଆସନ୍ତା ୨୦୨୮ରୁ ୨୦୨୯ ଭିତରେ ୨୬ ରାଫେଲ ଯୁଦ୍ଧବିମାନ ଭାରତକୁ ଆସିବ
ତେବେ ୨୦୩୧-୩୨ ସୁଦ୍ଧା ଏହି ଫାଇଟର ଜେଟ୍ ନୌସେନାରେ ସାମିଲ ହେବ। 
ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟରେ ସାମିଲ ହେବ
ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସାମିଲ ହେବ ରାଫେଲ
ଚୁକ୍ତି ଅନୁଯାୟୀ ବିମାନର ମରାମତି, ପ୍ରଶିକ୍ଷଣ, କିଛି ପାର୍ଟ୍ସର ଘରୋଇ ନିର୍ମାଣ ମଧ୍ୟ କରାଯିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe