କନକ ବ୍ୟୁରୋ : ଭାରତର ଅର୍ଥନୀତି ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱର ଚତୁର୍ଥ ବଡ଼ ଅର୍ଥ ବ୍ୟବସ୍ଥା ହୋଇଯିବ । ଆର୍ଥିକ ବିକାଶ ଦିଗରେ ଦ୍ରୁତ ଗତିରେ ବଢୁଥିବା ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱର ଚତୁର୍ଥ ସ୍ଥାନରେ ଥିବା ଜାପାନକୁ ପଛରେ ପକାଇଦେବ । ଏହି ଆକଳନ ଦେଶର ପ୍ରମୁଖ ସଂସ୍ଥା ନିତି ଆୟୋଗର ସଦସ୍ୟ ଅରବିନ୍ଦ ବିଶମାନୀ ଦେଇଛନ୍ତି । ଦେଶର ପ୍ରମୁଖ ଆର୍ଥିକ ସଂସ୍ଥା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବି କହିଛି କି, ୨୦୨୫ ରେ ଭାରତର ଅର୍ଥ ବ୍ୟବସ୍ଥା ୪.୧୯ ଲକ୍ଷ କୋଟି ଡଲାର ବା ୪.୧୯ ମିଲିୟନ ଡଲାର ହୋଇଯିବ । ଏଥିରେ ଭାରତ ଜାପାନ ଠାରୁ ଆଗକୁ ବଢିଯିବ । 

Advertisment

ଏଠି ପ୍ରଶ୍ନ ଉଠୁଛି କି, ବିଶ୍ୱର ଚତୁର୍ଥ ବଡ଼ ଅର୍ଥନୀତିର ମାନେ କ'ଣ ? ଏହାର ସିଧା ଉତର ହେଉଛି ଭାରତର ଆର୍ଥିକ କ୍ଷମତା ଓ ଉତ୍ପାଦନ କ୍ଷମତା ବାକି ଦେଶ ତୁଳନାରେ ଚତୁର୍ଥ ସ୍ଥାନରେ ପହଂଚିବା । ଏହାକୁ ବିଶେଷ ଭାବେ ଜିଡିପି ଆଧାରରେ ଆକଳନ କରାଯାଏ । 

ନିତି ଆୟୋଗ ଓ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ବୟାନ ମୁତାବକ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱର ଚତୁର୍ଥ ସ୍ଥାନରେ ପହଂଚିବ । କିଛି ବର୍ଷ ପୂର୍ବେ ଭାରତର ଅର୍ଥ ବ୍ୟବସ୍ଥା ୟୁନାଇଟେଡ୍ କିଙ୍ଗଡମକୁ ପଛରେ ପକାଇ ୫ ସ୍ଥାନ ଅଧିକାର କରିଥିଲା । ଆଉ ଏବେ ଜାପାନକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଂଚିବାକୁ ଯାଉଛି । 

ଏହି ଉପଲବ୍ଧି ଭାରତର ଆର୍ଥିକ ବୃଦ୍ଧି, ନିତିଗତ ସୁଧାର, ବିଶ୍ୱସ୍ତରୀୟ ନିବେଶ ପାଇଁ ଆକର୍ଷଣକୁ ଦର୍ଶାଉଛି । ଏହାର ଅର୍ଥ ଭାରତ ବିଶ୍ୱ ମଞ୍ଚରେ ଆର୍ଥିକ ପ୍ରଭାବ, ନିବେଶ ଓ ଭୌଗଳିକ ସ୍ଥିତିରେ ମଜବୁତ ହୋଇଛି । ହେଲେ ଆମେ ଜାପାନକୁ ପଛରେ ପକାଇବାକୁ ଯାଉଥିବା ବେଳେ ଏହି ୭ଟି ମାମଲାରେ ଏବେ ବି ଜାପାନ ତୁଳନାରେ ଭାରତ ବହୁ ପଛରେ ପଡିଛି । 

DFSXFER

ମୁଣ୍ଡପିଛା ଆୟ :
୨୦୨୫ ସୁଦ୍ଧା ଭାରତରେ ପ୍ରତିବ୍ୟକ୍ତିଙ୍କ ଆୟ ୨୮ଶହ ରୁ ୨୯ ଶହ ଡଲାର ଥିବା ବେଳେ ଜାପାନରେ କିନ୍ତୁ ଏହା ୧୨ ଗୁଣା ଅଧିକ । ଏହାସହ ଭାରତରେ ଆୟ ଅସମାନତା ମଧ୍ୟ ଚିନ୍ତାଜନକ ରହିଛି । ଭାରତରେ ଟପ୍ ୧ ପ୍ରତିଶତ ଲୋକଙ୍କ ପାଖରେ ୪୧ ପ୍ରତିଶତ ସମ୍ପତ୍ତି ଠୁଳ ହୋଇଥିବା ବେଳେ ୫୦ ପ୍ରତିଶତ ଲୋକଙ୍କ ପାଖରେ ୩ ପ୍ରତିଶତ ସମ୍ପତ୍ତି ରହିଛି । 

 FSDFSDF

ଆୟୁଷ : କୌଣସି ଦେଶର ଲୋକେ କେତେ ବର୍ଷ ପର୍ଯ୍ୟନ୍ତ ଜୀବୀତ ରହୁଛନ୍ତି ତାହା ସେହି ଦେଶର ଅର୍ଥ ବ୍ୟବସ୍ଥା, ସଂସାଧନ ଓ ଚିକିତ୍ସା ସୁବିଧାରୁ ଜଣାପଡେ । ଭାରତରେ ୨୦୨୧ ରିପୋର୍ଟ ମୁତାବକ ହାରାହାରି ଆୟୂୁଷ ୬୯-୭୦ ବର୍ଷ ଥିବା ବେଳେ ଜାପାନ ଲୋକଙ୍କ ହାରାହାରି ଆୟୁଷ ୮୪-୮୫ ବର୍ଷ 

FASDFSDS

ଶିକ୍ଷା: କୌଣସି ଦେଶର ବିକାଶ ବିଶେଷ କରି ସେହି ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରିଥାଏ । ଭାରତରେ ସାକ୍ଷରତା ହାର ୭୭.୭ ପ୍ରତିଶତ ହୋଇଥିଲେ ବି ଏଠାରେ ଶିକ୍ଷାର ଗୁଣବତ୍ତା ଓ କୌଶଳ ବିକାଶ ଦୁର୍ବଳ । ଗ୍ରାମୀଣ କ୍ଷେତ୍ରରେ ସ୍କୁଲର ସ୍ଥିତି ଓ ଶିକ୍ଷକଙ୍କ ଅଭାବ ଭାରତ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ କାରଣ । ସେପଟେ ଜାପାନର ସାକ୍ଷରତା ହାର ଶତ ପ୍ରତିଶତ । ଏହାସହ ଜାପାନର ଶିକ୍ଷା ପ୍ରଣାଳୀ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥା ବିଶ୍ୱ ସ୍ତରରେ ସବୁଠାରୁ ଆଗରେ ରହିଛି । 

FSDFSDSS

ରୋଜଗାର :କୌଣସି ଦେଶର ରୋଜଗାରର ସ୍ଥିତି ସେହିଦେଶର ଚାକିରିର ଗୁଣବତ୍ତା, ଆର୍ଥିକ ସମୃଦ୍ଧି ଓ ସମାଜିକ ସ୍ଥିରତାର ନିଦର୍ଶନ  । ଯେଉଁ ଦେଶ ତା'ର ନାଗରିକଙ୍କୁ ରୋଜଗାର ଦେବାରେ ସକ୍ଷମ ସେହି ଦେଶର ସାମାଜିକ ସ୍ଥିରତା ସେତେ ମଜଭୁତ୍ । ଅର୍ନ୍ତରାଷ୍ଟୀୟ ଶ୍ରମ ସଂଗଠନ ମୁତାବକ ୨୦୨୩ ସୁଦ୍ଧା ଦେଶରେ ବେରୋଜଗାରୀ ହାର ୬.୧ ପ୍ରତିଶତ ଥିଲା । ଅସଂଗଠିତ କ୍ଷେତ୍ରରେ ସ୍ଥିତି ସବୁଠାରୁ ସଂଗୀନ । ଏଠାରେ ୯୦ ପ୍ରତିଶତ ଲୋକଙ୍କୁ କାମ ସିନା ମିଳୁଛି ହେଲେ ବେତନ ଓ ସୁରକ୍ଷା ଅତ୍ୟନ୍ତ ଦୁର୍ବଳ । ଭାରତ ତୁଳନାରେ ଜାପାନରେ ବେରୋଜଗାରୀ ହାର ବହୁତ୍ କମ୍ । ଏଠାରେ ଲୋକଙ୍କ ସଂଗଠିତ ରୋଜଗାର ମିଳିଥାଏ । ଜାପାନରେ ବେରୋଜଗାରୀ ହାର ମାତ୍ର ୨.୫ ପ୍ରତିଶତ । 

FFSDFSDSDFSD

ଉତ୍ପାଦନ : ଉତ୍ପାଦନ କ୍ଷେତ୍ର ଅର୍ଥ ବ୍ୟବସ୍ଥାର ସେହି ଭାଗ ଯେଉଁଠି ଉତ୍ପାଦନ ସହ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିଥାଏ । କୌଣସି ବି ଦେଶର ଉତ୍ପାଦନ ସେହି ଦେଶର ଅର୍ଥ ବ୍ୟବସ୍ଥାର ମୂଳ ପିଣ୍ଡ । ବିଶ୍ୱ ବ୍ୟାଙ୍କ ମୁତାବକ ଭାରତର ଉତ୍ପାଦନ ସେକ୍ଟର ଜିଡିପିର ୧୩-୧୪ ପ୍ରତିଶତ ଯୋଗଦାନ ଦେଇଥାଏ । ହେଲେ ଜାପାନର ଉତ୍ପାଦନ ସେକ୍ଟର ମୋଟ ଜିଡିପିର ୨୦ ପ୍ରତିଶତ ଭାଗିଦାରୀ । 
ଟେକ୍ନୋଲୋଜି: ୟୁନେସ୍କୋ ରିପୋର୍ଟ କହୁଛି ଭାରତ ରିସର୍ଚ୍ଚ ଓ ଡେଭଲପମେଣ୍ଟ କ୍ଷେତ୍ରରେ ମୋଟ ଜିଡିପିର ୦.୭ ପ୍ରତିଶତ ଖର୍ଚ୍ଚ କରିଥାଏ । ହେଲେ ଜାପାନ ସରକାର ଏହି କ୍ଷେତ୍ରରେ ମୋଟ ଜିଡିପିର ୩.୩ ପ୍ରତିଶତ ଖର୍ଚ୍ଚ କରିଥାନ୍ତି । 

DSFDSWE4

ସାମାଜିକ ସୁରକ୍ଷା : ସାମାଜିକ ସୁରକ୍ଷାରେ ପେନସନ୍, ସ୍ୱାସ୍ଥ୍ୟବୀମା ଓ ବେରୋଜଗାରୀ ସାମିଲ । ଅର୍ନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ ମୁତାବକ ଭାରତରେ କେବଳ ୪୯ ପ୍ରତିଶତ ଲୋକଙ୍କୁ ସାମାଜିକ ସୁରକ୍ଷା ମିଳିଥାଏ । ସେପଟେ ଜାପାନ ସରକାରଙ୍କ ସାମାଜିକ ସୁରକ୍ଷା ବ୍ୟାପକ । ଏଠାରେ ଶତ ପ୍ରତିଶତ ଲୋକଙ୍କୁ ସ୍ୱାସ୍ଥ୍ୟବୀମା ଓ ପେନସନ୍ ମିଳିଥାଏ । ଏଥିପାଇଁ ଜାପାନ ସରକାର ସର୍ବାଧିକ ଋଣ କରୁଛନ୍ତି । ହେଲେ ଜାପାନ ସରକାର ନିଜ ଦେଶର ନାଗରିକଙ୍କୁ ସାମାଜିକ ସୁରକ୍ଷା ଦେବାକୁ ପ୍ରତିବଦ୍ଧ ।