କନକ ବ୍ୟୁରୋ : ଭାରତ ତରଫରୁ ପାକିସ୍ତାନୀ ଏୟାରଲାଇନ୍ସ ଓ ବିମାନକୁ ଭାରତୀୟ ଏୟାରସ୍ପେସରେ ପ୍ରବେଶ ଉପରେ ଲଗାଇଥିବା ପ୍ରତିବନ୍ଧକ ଅବଧୀ ପୁଣି ପୁଣି ବୃଦ୍ଧି କରିଛି । ଏହି ପ୍ରତିବନ୍ଧକ ଆଗାମୀ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଜାରି ରହିବ । ଭାରତର ବେସାମରିକ ବିମାନ ଚଳାଚଳ ବିଭାଗ ତରଫରୁ ଏନେଇ ନୋଟିସ ଜାରି କରାଯାଇଛି । ପ୍ରଥମେ ପାକିସ୍ତାନ ତାର ଏୟାରସ୍ପେସକୁ ଭାରତୀୟ ବିମାନ ଓ ଏୟାରଲାଇନ୍ସ ପାଇଁ ବନ୍ଦ କରିଦେଇଥିଲା । 

Advertisment

ଭାରତ ଓ ପାକିସ୍ତାନ ଲଗାତର ଭାବେ ୬ ମାସ ହେବ ଉଭୟ ଉଭୟଙ୍କ ପାଇଁ ଏୟାରସ୍ପେସ ବନ୍ଦ କରିଛନ୍ତି । କହିରଖୁ କି ପହଲଗାମ ଆତଙ୍କୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଏପ୍ରିଲ ୨୪ ତାରିଖରେ ପ୍ରଥମେ ପାକିସ୍ତାନ ଭାରତ ପାଇଁ ତା'ର ଏୟାରସ୍ପେସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ବି ଏହାର ଜବାବରେ ପାକିସ୍ତାନ ବିମାନ ପାଇଁ ଭାରତର ଏୟାରସ୍ପେସ ବନ୍ଦ କରିଥିଲା । ସେବେଠାରୁ ଉଭୟ ଦେଶ ପ୍ରତିମାସରେ ଏକ ନୋଟିସ ଜାରି କରି ଏୟାରସ୍ପେସ ବନ୍ଦର ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି ।