କନକ ବ୍ୟୁରୋ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି, ‘‘ପୂର୍ବରୁ ବିବାଦକୁ ନେଇ ଭାରତ ଚିନ୍ତିତ ଥିବାବେଳେ ଏବେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ପୂର୍ଣ୍ଣ ଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି।’’ ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ କୌଣସି ବି ଦେଶ ଅନ୍ତର୍ଜାତୀୟ ମାନବିକ ନିୟମ ପାଳନ କରିବା ସହ ସାଧାରଣ ନାଗରିକଙ୍କ କ୍ଷତି ନକରିବା ଆବଶ୍ୟକ । କେବଳ ଲେବାନନରେ ଘଟିଥିବା ଘଟଣାକୁ ନେଇ ଚିନ୍ତିତ ନାହୁଁ । କେନ୍ଦ୍ରୀୟ ଇସ୍ରାଏଲ ସମେତ ସମସ୍ତ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍ କରି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି । ଭାରତୀୟ ସମୟ ରାତି ୧୦ଟା ୨୦ରୁ ତୀବ୍ର ଆକ୍ରମଣ ଆରମ୍ଭ ହୋଇଛି ଏବଂ ମାତ୍ର ୧୦ ମିନିଟ୍ ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନେକ ଟାର୍ଗେଟ୍ରେ ପହଞ୍ଚୁଥିବାରୁ ଭୟାନକ ସ୍ଥିତି ଉପୁଜିଛି । ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇସ୍ରାଏଲ-ଇରାନ ତିକ୍ତତାକୁ ନେଇ ଭାରତର ଚିନ୍ତା ପ୍ରକଟ । ଲଢେଇ ନୁହେଁ, କୁଟନୀତି ଆଲୋଚନା ପାଇଁ ପରାମର୍ଶ
ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ କୌଣସି ବି ଦେଶ ଅନ୍ତର୍ଜାତୀୟ ମାନବିକ ନିୟମ ପାଳନ କରିବା ସହ ସାଧାରଣ ନାଗରିକଙ୍କ କ୍ଷତି ନକରିବା ଆବଶ୍ୟକ । କେବଳ ଲେବାନନରେ ଘଟିଥିବା ଘଟଣାକୁ ନେଇ ଚିନ୍ତିତ ନାହୁଁ । କେନ୍ଦ୍ରୀୟ ଇସ୍ରାଏଲ ସମେତ ସମସ୍ତ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍ କରି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି ।
/kanak/media/media_files/emZZjyskeXFYHi0lSS5g.jpg)