କନକ ବ୍ୟୁରୋ: ଏବେ ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି । ଇରାନ-ଇସ୍ରାଏଲ ଯୁଦ୍ଧ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଏହାରି ଭିତରେ ଇରାନରୁ ଫେରିଛନ୍ତି ଭାରତୀୟ ଛାତ୍ର । ଇରାନ ଓର୍ମିଆ ମେଡିକାଲ ୟୁନିଭର୍ସିଟିରେ ପାଠ ପଢୁଥିବା ୧୧୦ ଭାରତୀୟ ଛାତ୍ର ସୁରକ୍ଷିତ ସ୍ବଦେଶ ଫେରିଛନ୍ତି । ୧୧୦ ଛାତ୍ରଙ୍କ ମଧ୍ୟରେ ୯୦ ଜଣ ଛାତ୍ର କାଶ୍ମୀରର ରହିଛନ୍ତି । ଇଣ୍ଡିଗୋର ସ୍ବତନ୍ତ୍ର ବିମାନ ଯୋଗେ ଏମାନେ ଭାରତ ଫେରିଛନ୍ତି । ସୁରକ୍ଷିତ ସ୍ବଦେଶ ଫେରିବା ପରେ ସେଠାକାର ଭୟଙ୍କର ସ୍ଥିତି ବଖାଣିଛନ୍ତି ।
ଭାରତରେ ପହଞ୍ଚିବା ପରେ ଜଣେ ଛାତ୍ର କହଛନ୍ତି, “ଇରାନରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଖାସ୍ କରି ତେହେରାନ୍ ସ୍ଥିତି ଖରାପ ରହିଛି । ଯୁଦ୍ଧ କରିବା ଠିକ କଥା ନୁହେଁ । ଏଥିରେ କେବଳ ମାନବିକତାର ମୃତ୍ୟୁ ହୁଏ ।”
ଗତ ମଙ୍ଗଳବାର ଇରାନ୍ରୁ ଛାତ୍ରଛାତ୍ରୀ ଆର୍ମେନିଆରେ ପହଞ୍ଚିଥିଲେ । ରାଜଧାନୀ ୟେର୍ବେନ୍ରେ ଏକ ହୋଟେଲ୍ରେ ରହିଥିଲେ । ଏହାପରେ ସେମାନଙ୍କୁ କତାର ରାସ୍ତାରେ ଭାରତ ଫେରାଇ ଅଣାଯାଇଛି । ଏକ ସ୍ୱତନ୍ତ୍ର ଇଣ୍ଡିଗୋ ବିମାନ ୟେର୍ବେନ୍ ଏୟାରପୋର୍ଟରୁ ବାହାରି କତାର ରାଜଧାନୀ ଦୋହାରେ ପହଞ୍ଚିଥିଲା । ଏହାପରେ ସେଠାରୁ ଛାତ୍ରଛାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ । ଆଜି ଏହି ବିମାନ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀରେ ପହଞ୍ଚିବା ପରେ ଇରାନର ସ୍ଥିତି ବିଷୟରେ କହିଛନ୍ତି ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/19/iran-student-2025-06-19-10-02-45.jpg)