ଭାରତ ଉପରେ ଲାଗିବନି ୫୦୦ ପ୍ରତିଶତ ଟାରିଫ୍ ! ଟାର୍ଗେଟରେ ଚୀନ୍

Advertisment

ଋଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିନେଟର ଅନୁମୋଦନର ଆବଶ୍ୟକତା ନାହିଁ । ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ଏଥର ଶୁଳ୍କ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ, ବରଂ ଚୀନ ।

ଋଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିନେଟର ଅନୁମୋଦନର ଆବଶ୍ୟକତା ନାହିଁ । ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ଏଥର ଶୁଳ୍କ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ, ବରଂ ଚୀନ ।

Scott Bessent

Scott Bessent Photograph: (google)

ଭାରତ ଉପରେ ଲାଗିବ ୫୦୦ ପ୍ରତିଶତ ଟାରିଫ୍... ଏହାକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା ବୋଧହୁଏ ତା ଉପରେ ବିରାମ ଲାଗିବାକୁ ଯାଉଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଭାରତ ଉପରେ ୫୦୦ ପ୍ରତିଶତ ଟାରିଫ୍ ନଲଗାଇପାରେ ଆମେରିକା । ଏକଥା ଆମେ କହୁନୁ ଏକଥା କହିଛନ୍ତି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ । ସେ କହିଛନ୍ତି, ଋଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିନେଟର ଅନୁମୋଦନର ଆବଶ୍ୟକତା ନାହିଁ । ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ଏଥର ଶୁଳ୍କ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ, ବରଂ ଚୀନ ।

ସ୍କଟ୍ ବେସାଣ୍ଟ ଦାବି କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ ଋଷୀୟ ତେଲ କିଣିବା ବନ୍ଦ କରିଦେଇଛି । ଆମେରିକାର କଠୋର ବାଣିଜ୍ୟ ନୀତି ଯୋଗୁଁ ଭାରତ ଏହାର ଆମଦାନୀ ପରିବର୍ତ୍ତନ କରିଛି । ତେଣୁ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ତାଲିକାରେ ଭାରତ ପ୍ରାଥମିକତା ନୁହେଁ ।

୫୦୦% ଟାରିଫ୍ ବିଲ୍ କଣ?

ବେସାଣ୍ଟ ଯେଉଁ ବିଲ୍ ବିଷୟରେ କହୁଥିଲେ ତାହା ହେଉଛି ଋଷିଆ ପ୍ରତିବନ୍ଧକ ବିଲ୍, ଯାହା ଆମେରିକାକୁ ଋଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଅତି କମରେ ୫୦୦% ଶୁଳ୍କ ଲଗାଇବାକୁ ଅନୁମତି ଦେବ । ଏହି ବିଲ୍ ଚଳିତ ମାସ ଆରମ୍ଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁମୋଦନ ପାଇଛି ।

ଏକ ସାକ୍ଷାତକାରରେ ବେସାଣ୍ଟ କହିଛନ୍ତି, "ସେନେଟର ଲିଣ୍ଡସେ ଗ୍ରାହାମ ସିନେଟ ସମ୍ମୁଖରେ ଋଷୀୟ ତୈଳ କ୍ରେତାଙ୍କ ଉପରେ ୫୦୦% ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ଦେଇଛନ୍ତି । ଆମେ ଦେଖିବୁ ଯେ ଏହା ପାସ୍ ହେଉଛି କି ନାହିଁ । ଆମେ ବିଶ୍ୱାସ କରୁଛୁ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହା କରିବାକୁ ପଡ଼ିବ ନାହିଁ, ସେ ଏହାକୁ IEPA (ଆନ୍ତର୍ଜାତୀୟ ଜରୁରୀକାଳୀନ କ୍ଷମତା ଆଇନ) ଅନୁଯାୟୀ କାର୍ଯ୍ୟକାରୀ କରିପାରିବେ, କିନ୍ତୁ ସେନେଟ ତାଙ୍କୁ ଆନୁଷ୍ଠାନିକ ଭାବରେ ଏହି ଅଧିକାର ପ୍ରଦାନ କରିବାକୁ ଚାହୁଁଛି ।"

ୟୁରୋପ ଉପରେ ଆମେରିକାର ଆକ୍ରମଣ

ହ୍ୱାଇଟ୍ ହାଉସର ଏହି ବରିଷ୍ଠ ଅଧିକାରୀ ୟୁରୋପକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଚାରି ବର୍ଷ ପରେ ମଧ୍ୟ ୟୁରୋପ ଏବେ ବି ଋଷ ତେଲ କିଣୁଛି, ଯାହାଦ୍ୱାରା ଏକ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦିଆଯାଉଛି । ବେସାନ୍ତ ଆହୁରି ଦାବି କରିଛନ୍ତି, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ଋଷ ତେଲ କିଣିବା ଆରମ୍ଭ କରିଥିଲା, କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ୨୫% ଶୁଳ୍କ ଲାଗୁ କରିବା ପରେ, ଭାରତ ଏହାର କ୍ରୟ ହ୍ରାସ କରିଛି ଏବଂ ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି ।

ଚୀନ ଉପରେ ସିଧା ଟାର୍ଗେଟ୍

ସ୍କଟ୍ ବେସାଣ୍ଟ ଚୀନକୁ ଋଷର ସବୁଠାରୁ ବଡ଼ ତୈଳ କ୍ରେତା ଭାବରେ ବର୍ଣ୍ଣନା କରି କହିଛନ୍ତି, ଆମେରିକା ଦୀର୍ଘ ଦିନ ଧରି ଚୀନ ଉପରେ ୫୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଯୋଜନା କରୁଛି କାରଣ ସେ ଋଷରୁ ଶସ୍ତା ତେଲ କିଣି ଯୁଦ୍ଧକୁ ପାଣ୍ଠି ଯୋଗାଇ ଆସୁଛି ।

୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଆଭିମୁଖ୍ୟ

ଭାରତ ମଧ୍ୟ ଆମେରିକାର ଋଷ ପ୍ରତିବନ୍ଧକ ବିଲ୍ ଉପରେ ପ୍ରତିକ୍ରିୟା ଦେଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ଆମେ ପ୍ରସ୍ତାବିତ ବିଲ୍ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଏବଂ ଏହା ସହିତ ଜଡିତ ସମସ୍ତ ଘଟଣାକ୍ରମ ଉପରେ ନଜର ରଖିଛୁ ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe