କନକ ବ୍ୟୁରୋ : ବ୍ରାଡମ୍ୟାନଙ୍କ ୧୦୦ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଶୁଭମନ ଗିଲ । ଆଜିଠୁ ଲର୍ଡ୍ସରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେଉଥିବା ବେଳେ ବଡ଼ ବଡ଼ ଖେଳାଳୀଙ୍କ ଏକାଧିକ ରେକର୍ଡ ଭାଙ୍ଗିପାରନ୍ତି ଭାରତର କ୍ୟାପଟେନ । ଡନ ବ୍ରାଡମେନଙ୍କ ୧୦୦ ବର୍ଷର ରେକର୍ଡ ଭାଙ୍ଗିପାରନ୍ତି ଗିଲ। ୫ ମ୍ୟାଚ ବିଶିଷ୍ଟ ଚଳିତ ଟେଷ୍ଟ ସିରିଜ ଗିଲଙ୍କ ଦମଦାର ପଦର୍ଶନ ଜାରି ରହିଛି । ଦୁଇଟି ମ୍ୟାଚରୁ ଗିଲ ୫୮୫ ରନ ସଂଗ୍ରହ କରିଛନ୍ତି । ଏଡବାଷ୍ଟନ ଟେଷ୍ଟରେ ଗିଲ ଦୁଇଟି ଇନିସରେ ୨୬୯ ଏବଂ ୧୬୧ କରିଥିଲେ । ଗିଲଙ୍କ ଚତ୍ମକାର ପଦର୍ଶନ ଯୋଗୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲା । ଏଭଳି ପଦର୍ଶନ ସହ ଗିଲ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ରନ କରିବାରେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ । ଏବଂ ଗୋଟିଏ ମ୍ୟାଚରେ ସର୍ବାଧିକ ରନ କରିବାରେ ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଥିଲେ । ଏଥିସହ ପ୍ରଥମ ଏସିଅ ଅଧିନାୟକ ଭାବେ ସେନାରେ ଦ୍ୱିଶତକ  ମାରିବାର ରେକର୍ଡ କରିଥିଲେ । ତେବେ ଗିଲ ଏବେ ଅଧିନାୟକ ଭାବେ ଗୋଟିଏ ସିରିଜରେ ସର୍ବାଧିକ ରନ କରିବାରେ ଅଷ୍ଟ୍ରେଲିଆର ବ୍ୟାଟର ସାର ଡନ ବ୍ରାଡମେନଙ୍କ ରେକର୍ଡ ଭାଙ୍ଗିପାରନ୍ତି । ଏଥିପାଇଁ ଗିଲଙ୍କୁ ମାତ୍ର ୨୫୫ ରନର ଆବଶ୍ୟକତା ରହିଛି । ଆହୁରି ୩ ଟି ଟେଷ୍ଟ ବାକିଥିବାରୁ ଗିଲଙ୍କ ପାଖରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ୧୯୩୬-୩୭ ଆସେସ ସିରିଜରେ ଇଂଲଣ୍ଡ ବିପକ୍ଷରେ ୮୧୦ ରନ କରିଥିଲେ ଅଷ୍ଟ୍ରେଲିଆର ଅଧିନାୟକ ବ୍ରାଡମେନ । ଯେଉଁ ରେକର୍ଡ ଆଜି ପର୍ଯ୍ୟନ୍ତ  ରହିଛି । ଏଥିସହ ଏକ ସିରିଜରେ ୯୭୪ ରନ କରିବାର ବ୍ରାଡମେନଙ୍କ ରେକର୍ଡ ମଧ୍ୟ ଭାଙ୍ଗିପାରନ୍ତି ଗିଲ । ଏଥିପାଇଁ ତାଙ୍କୁ ଆଉ ୯୭୪ ରନର ଆବଶ୍ୟକତା ରହିଛି ।