ବହୁତ ସହିଲା ଭାରତ ଏବେ ସିଧା ଆକ୍ସନ୍ , ଯାହା କେବେ ବାଂଲାଦେଶ ସ୍ବପ୍ନରେ ଭାବିନଥିବ ଭାରତ ଏମିତି କରିପାରେ । ପ୍ରତ୍ୟେକ ଦିନ ଭାରତ ବିରୋଧରେ ବାଂଲାଦେଶର ନେତା, ଜନତା ଏମିତିକି ଅନ୍ତରୀଣ ମୁଖ୍ୟ ୟୁନୁସ୍ ମଧ୍ୟ ପ୍ରତିକ୍ରିୟା ଦିଅନ୍ତି । ଯେଉଁ ଭାରତ ପାଇଁ ବାଂଲାଦେଶ ଆଜି ଛିଡା ହୋଇଛି ସେହି ଭାରତ ବିରୋଧରେ ପ୍ରତିବାଦ ସହ ପୋଡାଜଳା କରୁଛି । ବାଂଲାଦେଶ ଉପରେ ଭାରତର ମାଷ୍ଟର ଷ୍ଟ୍ରୋକ୍ । ସିବିଆଇସି ଏକ ସରକ୍ୟୁଲାର ଜାରି କରିଛି , ସେଥିରେ ଲେଖା ଅଛି ବୋର୍ଡ ତାର ୨୯ ଜୁନ୍ ୨୦୨୦ର ପୁରୁଣା ଆଦେଶକୁ ବାତିଲ କରିଦେଇଛି । ସେହି ସମୟରେ, ବାଂଲାଦେଶରୁ ଆସୁଥିବା ସାମଗ୍ରୀଗୁଡ଼ିକୁ ଭାରତ ଦେଇ ଅନ୍ୟ ଦେଶକୁ ପଠାଇବାକୁ ଅନୁମତି ଦିଆଯାଇଥିଲା । ଏହି ସାମଗ୍ରୀ ସ୍ଥଳପଥ ଦେଇ ଭାରତୀୟ ବନ୍ଦର ଏବଂ ବିମାନବନ୍ଦରରେ ପହଞ୍ଚିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଯେ ବାଂଲାଦେଶ ସହଜରେ ଭୁଟାନ୍, ନେପାଳ ଏବଂ ମିଆଁମାର ଭଳି ଦେଶକୁ ସାମଗ୍ରୀ ପଠାଇପାରିବ । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ କହିଛି, ନୂତନ ଅର୍ଡର ପରେ ତୁରନ୍ତ ଏହି ସୁବିଧାକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ଯେଉଁ ସାମଗ୍ରୀଗୁଡ଼ିକ ଭାରତରେ ପହଞ୍ଚି ସାରିଛି, ସେଗୁଡ଼ିକୁ ପୁରୁଣା ନିୟମ ଅନୁଯାୟୀ ବାହାରକୁ ଯିବାକୁ ଅନୁମତି ଦିଆଯିବ ।
'ଟ୍ରାନ୍ସସିପମେଣ୍ଟ'ର ଅର୍ଥ ହେଉଛି ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ସାମଗ୍ରୀ ପରିବହନ ପାଇଁ ତୃତୀୟ ଦେଶର ବନ୍ଦର, ବିମାନବନ୍ଦର କିମ୍ବା ପରିବହନ ମାର୍ଗର ଅସ୍ଥାୟୀ ବ୍ୟବହାର । ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଚୀନରେ ଏକ ବିବାଦୀୟ ବୟାନ ଦେବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି । ଯେଉଁଥିରେ ୟୁନୁସ୍ କହିଥିଲେ, ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସ୍ଥଳଭାଗରେ ଘେରି ରହିଛି ଏବଂ ସମୁଦ୍ରକୁ ସେମାନଙ୍କର ଏକମାତ୍ର ପ୍ରବେଶ ବାଂଲାଦେଶ ଦେଇ । ୟୁନୁସ୍ ବାଂଲାଦେଶର ପରିସ୍ଥିତିର ସୁଯୋଗ ନେବାକୁ ଚୀନକୁ ନିମନ୍ତ୍ରଣ କରିଥିଲେ । ବାସ୍ ୟୁନୁସଙ୍କ ଏହି କଥା ଭାରତରେ ନିଆଁ ଲଗେଇ ଦେଇଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ବାଂଲାଦେଶକୁ ଦିଆଯାଇଥିବା ପରିବହନ ସୁବିଧା ଯୋଗୁଁ, କିଛି ସମୟ ଧରି ଆମର ବିମାନବନ୍ଦର ଏବଂ ବନ୍ଦରଗୁଡ଼ିକରେ ବହୁତ ଭିଡ଼ ରହିଛି । ଲଜିଷ୍ଟିକ୍ସ ବିଳମ୍ବ ଏବଂ ଉଚ୍ଚ ମୂଲ୍ୟ ଆମର ନିଜସ୍ୱ ରପ୍ତାନିକୁ ବାଧା ଦେଉଛି ବୋଲି ଏମଇଏ ମୁଖପାତ୍ର କହିଛନ୍ତି । ୟୁନୁସ୍ କ୍ଷମତାରେ ଆସିବା ପରେ ଅଳ୍ପସଂଖ୍ୟକଙ୍କ ଅବସ୍ଥା ଖରାପ ,ଜାଣିଶୁଣି ସେମାନଙ୍କୁ ଟାର୍ଗେଟ କରାଯାଉଛି ଆଉ ଚୁପ୍ ବସିଛନ୍ତି ଅନ୍ତରୀଣ ସରକାରଙ୍କ ମୁଖ୍ୟ । ଭାରତର କାଉଣ୍ଟର ଆଟାକ୍ ପରେ ଏବେ ଦେଖିବାକୁ ବାକି ରହିଲା କେବେ ଚେତୁଛି ବାଂଲାଦେଶ , ନା ପାକିସ୍ତାନ ଓ ଚୀନ୍ ଶରଣରେ ପଶି ଭାରତ ବିରୋଧରେ ଆଉ କିଛି ଷଡ଼ଯନ୍ତ୍ର କରୁଛି ।
ପାନେ ପାଇଲା ବାଂଲାଦେଶ : ଭାରତ ବନ୍ଦ କଲା ଟ୍ରାନ୍ସସିପମେଣ୍ଟ , ୟୁନୁସଙ୍କ ପାଇଁ ବାଂଲାଦେଶ କାଙ୍ଗାଳ !
ଯେଉଁ ଭାରତ ପାଇଁ ବାଂଲାଦେଶ ଆଜି ଛିଡା ହୋଇଛି ସେହି ଭାରତ ବିରୋଧରେ ପ୍ରତିବାଦ ସହ ପୋଡାଜଳା କରୁଛି । ବାଂଲାଦେଶ ଉପରେ ଭାରତର ମାଷ୍ଟର ଷ୍ଟ୍ରୋକ୍ ।
/kanak/media/media_files/2025/04/10/rLbmkTheypB4oCfATDlW.jpg)