କନକ ବ୍ୟୁରୋ : ପାକିସ୍ତାନର ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲ୍‌ ଫତେହ-୨କୁ ହରିୟାଣାର ସିରସାରେ ମଝି ଆକାଶରେ ଧ୍ୱଂସ କରିଦେଇଛି ଭାରତୀୟ ସେନା । ପାକିସ୍ତାନ ହାଇପରସୋନିକ୍ ମିସାଇଲ୍‌ ଫତେହ-୨କୁ ନେଇ ବହୁତ ଗର୍ବ କରି ମାରୁଥିଲା ମୁହଁ ଫୁଟାଣି କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ମଝି ଆକାଶରେ ଧ୍ୱଂସ କରିଦେଇଥିଲା । ପାକିସ୍ତାନ ଏବେ ଭାରତ ଉପରେ ଦୂରକୁ ଲକ୍ଷ୍ୟ ଭେଦ କରିପାରୁଥିବା ମିସାଇଲ୍‌ ଦ୍ୱାରା ଆକ୍ରମଣ କରିବା ଆରମ୍ଭ କରି ଦେଇଛି । ଭାରତ ମଧ୍ୟ ଏହି ଆକ୍ରମଣର ଉଚିତ ଜବାବ୍‌ ଦେଉଛି । ଭାରତର ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ନୁର ଖାନ୍‌ ଏୟାରବେସ ଉପରେ ଆକ୍ରମଣରେ ସି-୧୩୦ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

Advertisment

ଫତେହ-୨ ହେଉଛି ଏକ ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲ୍‌ ଯାହାର ରେଞ୍ଜ ୨୫୦ ରୁ ୪୦୦ କିଲୋମିଟର । ଫତେହ-୨ ହେଉଛି ଇରାନର, ଏହି ମିସାଇଲ୍ ଏହାର ଘାତକ କ୍ଷମତା ପାଇଁ ଜଣାଶୁଣା । ଏହି ଗାଇଡେଡ୍ ଆର୍ଟିଲାରୀ ରକେଟ୍ ସିଷ୍ଟମଗୁଡ଼ିକ ଯୁଦ୍ଧକ୍ଷେତ୍ରରେ କ୍ଷମତା ଦେଖାଏ । ଫତେହ-୧ , ଫତେହ-୨କୁ ପ୍ରାୟତଃ ଅନ୍ୟ ଆଧୁନିକ ଗାଇଡେଡ୍ ରକେଟ୍ ଯେପରିକି US HIMARS-ଲଞ୍ଚ ହୋଇଥିବା GMLRS କିମ୍ବା ଚୀନର PHL-ସିରିଜ୍ ସିଷ୍ଟମ ସହିତ ତୁଳନା କରାଯାଏ । କିନ୍ତୁ ଏହା ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ତିଷ୍ଠି ପାରିଲା ନାହିଁ । 

ପାକିସ୍ତାନ ବିଳାବିଳାଇ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଭାରତ ପ୍ରତିରୋଧ କରିବାକୁ ଯାଇ ପାକିସ୍ତାନର ତିନୋଟି ବାୟୁସେନା ଘାଟିକୁ ଟାର୍ଗେଟ କରିଛି । ଏହି ଆକ୍ରମଣରେ ନୁର ଖାନ୍‌ ଏୟାରବେସକୁ ବହୁତ କ୍ଷତି ହୋଇଥିବା ସୂଚନା ମିଳିଛି ।