ପାକିସ୍ତାନକୁ ଭାରତର ବଡ଼ ବାର୍ତ୍ତା । ଖାଲି କର ପାକ୍ ଅଧିକୃତ କାଶ୍ମୀର, ମଧ୍ୟସ୍ଥତାକୁ ନାହିଁ ମଞ୍ଜୁର

ବୈଦେଶିକ ମନ୍ତ୍ରଣାଳୟ ପ୍ରେସମିଟ୍ କରି ଏହି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି। ତୃତୀୟ ପକ୍ଷ କଥା କହି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡକୁ ଇଙ୍ଗିତ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । ସେ କହିଛନ୍ତି, ପିଓକେକୁ ବେଆଇନ୍ ଭାବେ କବ୍‌ଜା କରିଛି ପାକିସ୍ତାନ। ଏହାକୁ ତୁରନ୍ତ ଖାଲି କରିବାର ଆବଶ୍ୟକତା ରହିଛି।

gdsggdg

କନକ ବ୍ୟୁରୋ : ମୋଦୀ ସରକାରଙ୍କ ଫୋକସରେ ପିଓକେ। ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଖାଲି କରୁ ପାକିସ୍ତାନ। ଜାମ୍ମୁ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗ ସବୁବେଳେ ଦ୍ବିପାକ୍ଷିକ । ଏଥିରେ କୌଣସି ତୃତୀୟ ପକ୍ଷକୁ ଗ୍ରହଣ କରାଯିବ ନାହିଁ । ବୈଦେଶିକ ମନ୍ତ୍ରଣାଳୟ ପ୍ରେସମିଟ୍ କରି ଏହି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି। ତୃତୀୟ ପକ୍ଷ କଥା କହି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡକୁ ଇଙ୍ଗିତ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । ସେ କହିଛନ୍ତି, ପିଓକେକୁ ବେଆଇନ୍ ଭାବେ କବ୍‌ଜା କରିଛି ପାକିସ୍ତାନ। ଏହାକୁ ତୁରନ୍ତ ଖାଲି କରିବାର ଆବଶ୍ୟକତା ରହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବୟାନ ଦର୍ଶାଉଛି କେଉଁଠି ନା କେଉଁଠି ଏବେ ପିଓକେ ଦଖଲ ଅଭିଯାନରେ ଆଗକୁ ବଢୁଛି ଭାରତ । ଏହାସହ ଜାମ୍ମୁ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗ ସବୁବେଳେ ଦ୍ବିପାକ୍ଷିକ । ଏଥିରେ କୌଣସି ତୃତୀୟ ପକ୍ଷକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି ବୈଦଶିକ ମନ୍ତ୍ରାଳୟ। ଏହାପୂର୍ବରୁ ମଧ୍ୟ ପିଓକେ ଭାରତର ବୋଲି କହିଥିଲେ ଗୃହମନ୍ତ୍ରୀ ଅମିତ ଶାହା। ତେବେ ପିଓକେକୁ କେମିତି ବେଆଇନ ଭାବେ ହାତେଇଥିଲା ପାକିସ୍ତାନ ଓ କଣ ଏହାର ଇତିହାସ ସେ ବାବଦରେ ଜାଣିବା ଜରୁରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe