କନକ ବ୍ୟୁରୋ : ମୋଦୀ ସରକାରଙ୍କ ଫୋକସରେ ପିଓକେ। ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଖାଲି କରୁ ପାକିସ୍ତାନ। ଜାମ୍ମୁ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗ ସବୁବେଳେ ଦ୍ବିପାକ୍ଷିକ । ଏଥିରେ କୌଣସି ତୃତୀୟ ପକ୍ଷକୁ ଗ୍ରହଣ କରାଯିବ ନାହିଁ । ବୈଦେଶିକ ମନ୍ତ୍ରଣାଳୟ ପ୍ରେସମିଟ୍ କରି ଏହି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି। ତୃତୀୟ ପକ୍ଷ କଥା କହି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡକୁ ଇଙ୍ଗିତ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । ସେ କହିଛନ୍ତି, ପିଓକେକୁ ବେଆଇନ୍ ଭାବେ କବ୍‌ଜା କରିଛି ପାକିସ୍ତାନ। ଏହାକୁ ତୁରନ୍ତ ଖାଲି କରିବାର ଆବଶ୍ୟକତା ରହିଛି।

Advertisment

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବୟାନ ଦର୍ଶାଉଛି କେଉଁଠି ନା କେଉଁଠି ଏବେ ପିଓକେ ଦଖଲ ଅଭିଯାନରେ ଆଗକୁ ବଢୁଛି ଭାରତ । ଏହାସହ ଜାମ୍ମୁ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗ ସବୁବେଳେ ଦ୍ବିପାକ୍ଷିକ । ଏଥିରେ କୌଣସି ତୃତୀୟ ପକ୍ଷକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି ବୈଦଶିକ ମନ୍ତ୍ରାଳୟ। ଏହାପୂର୍ବରୁ ମଧ୍ୟ ପିଓକେ ଭାରତର ବୋଲି କହିଥିଲେ ଗୃହମନ୍ତ୍ରୀ ଅମିତ ଶାହା। ତେବେ ପିଓକେକୁ କେମିତି ବେଆଇନ ଭାବେ ହାତେଇଥିଲା ପାକିସ୍ତାନ ଓ କଣ ଏହାର ଇତିହାସ ସେ ବାବଦରେ ଜାଣିବା ଜରୁରୀ ।