କନକ ବ୍ୟୁରୋ: ଜାପାନ ଟୋକିଓରେ ପହଞ୍ଚିଛନ୍ତି ଭାରତୀୟ ପ୍ରତିନିଧି ଦଳ । ପହଲଗାମ ଆତଙ୍କୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ଉପରେ ଜାପାନର ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ଅବଗତ କରିବେ । ଆଜି ସକାଳୁ ଭାରତର ପ୍ରତିନିଧି ଦଳ ଟୋକିଓରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ । ଜେଡିୟୁ ସାଂସଦ ସଞ୍ଜୟ ଝା'ଙ୍କ ନେତୃତ୍ବରେ ଏହି ପ୍ରତିନିଧି ମଣ୍ଡଳୀ ଆଜି ଜାପାନର ବିଭିନ୍ନ ଅଫିସ ଗସ୍ତ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିବେ ।  ସଞ୍ଜୟ ଝା'ଙ୍କ ନେତୃତ୍ବରେ ଟିମ୍ ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଯାଇଛନ୍ତି । ଏହି ଟିମ୍‌ରେ ଅପରାଜିତା ଷଡ଼ଙ୍ଗୀ, ଟିଏମ୍‌ସି ଅଭିଷେକ ବାନାର୍ଜୀଙ୍କ ପରି ସାଂସଦ ରହିଛନ୍ତି । ସେହିପରି ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ୟୁଏଇ, ଲାଇବେରିଆ ଯାଇଛନ୍ତି । ତେବେ ଆଜି କାନିମୋଝୀଙ୍କ ନେତୃତ୍ବରେ ଏକ ଟିମ୍ ବିଦେଶ ଗସ୍ତରେ ଯିବ । ଏହି ଟିମ୍ ପ୍ରଥମେ ଋଷିଆ ଯିବ । ଏହା ପରେ ସ୍ଲୋଭାନିଆ, ଗ୍ରିସ୍ ଓ ଲାବ୍ୟା ଯିବ । ଅପରେସନ ସିନ୍ଦୂର ସମ୍ବନ୍ଧରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ ହେଉଛି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଙ୍କୁ ଅବଗତ କରାଯିବ । ଏଥିପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି ।