କନକ ବ୍ୟୁରୋ  : ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ୍ । ଟି - ୨୦ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଲା ଭାରତ । ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ । ଇଡେନଗାର୍ଡେନରେ ଭାରତର ଚମତ୍କାର ବିଜୟ । ୫ ତାରିଖରେ ଇଂଲଣ୍ଡ ଦହ ମେସିଫାଇନାଲ ମୁକାବିଲା । ଟି୨୦- ବିଶ୍ବକପ୍‌-୨୦୨୬ର ଗ୍ରୁପ୍ ୮ ମୁକାବିଲାରେ ଭାରତ ବିଜୟୀ ହୋଇଛି । କୋଲକାତାର ଇଡେନ୍‌ ଗାର୍ଡେନ୍‌ସରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲ ଟିକେଟ୍‌ ହାତେଇଛି ।

Advertisment

ଏହି ମ୍ୟାଚ୍‌ରେ ଭାରତକୁ ବିଜୟ ପାଇଁ ୧୯୬ ରନ୍‌ର ଲକ୍ଷ୍ୟ ମିଳିଥିଲା । ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ୧୯.୨ ଓଭରରେ ୫ଟି ୱିକେଟ୍‌ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି। ଟସ୍‌ ଜିଣି ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଭାରତ ବିନା କୌଣସି ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇଥିଲା । ୱେଷ୍ଟଇଣ୍ଡିଜ ଦଳ ନର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା । ଭାରତର ବିଜୟରେ ପ୍ରାରମ୍ଭିକ ବ୍ୟାଟର ସଞ୍ଜୁ ସାମସନଙ୍କ ବଡ଼ ଯୋଗଦାନ ରହିଛି ।

ଅଧିକ ପଢନ୍ତୁ : ବିଜୟର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ, ପ୍ରଥମ ମ୍ୟାଚରେ ଆମେରିକାକୁ ୨୯ ରନରେ ହରାଇଲା ଟିମ୍ ଇଣ୍ଡିଆ

କାରଣ ଏହି ମ୍ୟାଚ୍‌ରେ ଖୁଣ୍ଟ ଭଳି ରହିଥିଲେ । ସେ ୨୬ଟି ବଲ୍‌ ଖେଳି ୬ ଚୌକା ଓ ୩ ଛକା ବଳରେ ଅର୍ଦ୍ଧଶତକ (୫୩ ରନ୍‌) ହାସଲ କରିଥିଲେ । ସଞ୍ଜୁ ସାମସନ ତାଙ୍କର ଇନିଂସରେ ୫୦ଟି ବଲ୍‌ ଖେଳିଥିଲେ । ସେ ୧୨ଟି ଚୌକା ଏବଂ ୪ଟି ଛକା ବଳରେ ୯୭ ରନ୍‌ କରି ଅପରାଜିତ ପାଭିଲିଅନ ଫେରିଥିଲେ ।