ଜିମ୍ବାୱେକୁ ୭୨ ରନରେ ହରାଇ ସେମିଫାଇନାଲ ଆଶା ମଜବୁତ କଲା ଭାରତ

Advertisment

ଟି-୨୦ ବିଶ୍ୱକପରେ ବଢିଲା ଭାରତର ସେମି ଫାଇନାଲ ଖେଳିବା ଆଶା ।  ଜିମ୍ବାୱେକୁ ୭୨ ରନରେ ପରାଜୟ କରିଛି ଟିମ୍ ଇଣ୍ଡିଆ ।  ପ୍ରଥମେ ବ୍ୟାଟିଂ କରି ଭାରତ ୨୫୬ ରନର ବିଶାଳ ସ୍କୋର କରିଥିଲା ।

ଟି-୨୦ ବିଶ୍ୱକପରେ ବଢିଲା ଭାରତର ସେମି ଫାଇନାଲ ଖେଳିବା ଆଶା ।  ଜିମ୍ବାୱେକୁ ୭୨ ରନରେ ପରାଜୟ କରିଛି ଟିମ୍ ଇଣ୍ଡିଆ ।  ପ୍ରଥମେ ବ୍ୟାଟିଂ କରି ଭାରତ ୨୫୬ ରନର ବିଶାଳ ସ୍କୋର କରିଥିଲା ।

Cricket

Cricket Photograph: (Kanak News)

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ବଢିଲା ଭାରତର ସେମି ଫାଇନାଲ ଖେଳିବା ଆଶା ।  ଜିମ୍ବାୱେକୁ ୭୨ ରନରେ ପରାଜୟ କରିଛି ଟିମ୍ ଇଣ୍ଡିଆ ।  ପ୍ରଥମେ ବ୍ୟାଟିଂ କରି ଭାରତ ୨୫୬ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ସର୍ବାଧିକ ଅଭିଷେକ ଶର୍ମା ୫୫ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୫୦ ରନର ଇନିଙ୍ଗସ୍ ଖେଳି ଅପରାଜିତ ରହିଥିଲେ ।

ଅଧିକ ପଢନ୍ତୁ : ଜିମ୍ବାୱେକୁ ୭୨ ରନ୍‌ରେ ହରାଇଲା ଭାରତ, ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

ତିଲକ ବର୍ମା ୧୬ ବଲରେ ୪୪ ରନ୍ କରିଥିଲେ । ଜବାବରେ ଜିମ୍ବାୱେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ଠାରୁ ଦୁରେରେ ରହିଯାଇଥିଲା । ବ୍ରାଏନ ବେନେଟଙ୍କ ଅପରାଜିତ ୯୭ ରନ୍ ବଳରେ ଜିମ୍ବାୱେ ୧୮୪ ରନ୍ କରିପାରିଥିଲା ।  ଅର୍ଶଦୀପ ସିଂ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହି ବିଜୟ ପରେ ଭାରତ ୨ ପଏଣ୍ଟ ହାସଲ କରିବା ସହ ରନରେଟରେ ମଧ୍ୟ ସୁଧାର କରିଛି । ଆସନ୍ତା ରବିବାର ୱେଷ୍ଟଇଣ୍ଡିଜ ସହ ଭାରତର ବଡ଼ ଟକ୍କର ରହିଛି । ଏହି ମ୍ୟାଚ୍ ଜିତିପାରିଲେ ଭାରତ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଯିବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe