କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ବଢିଲା ଭାରତର ସେମି ଫାଇନାଲ ଖେଳିବା ଆଶା । ଜିମ୍ବାୱେକୁ ୭୨ ରନରେ ପରାଜୟ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୨୫୬ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ସର୍ବାଧିକ ଅଭିଷେକ ଶର୍ମା ୫୫ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୫୦ ରନର ଇନିଙ୍ଗସ୍ ଖେଳି ଅପରାଜିତ ରହିଥିଲେ ।
ଅଧିକ ପଢନ୍ତୁ : ଜିମ୍ବାୱେକୁ ୭୨ ରନ୍ରେ ହରାଇଲା ଭାରତ, ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା
ତିଲକ ବର୍ମା ୧୬ ବଲରେ ୪୪ ରନ୍ କରିଥିଲେ । ଜବାବରେ ଜିମ୍ବାୱେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ଠାରୁ ଦୁରେରେ ରହିଯାଇଥିଲା । ବ୍ରାଏନ ବେନେଟଙ୍କ ଅପରାଜିତ ୯୭ ରନ୍ ବଳରେ ଜିମ୍ବାୱେ ୧୮୪ ରନ୍ କରିପାରିଥିଲା । ଅର୍ଶଦୀପ ସିଂ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହି ବିଜୟ ପରେ ଭାରତ ୨ ପଏଣ୍ଟ ହାସଲ କରିବା ସହ ରନରେଟରେ ମଧ୍ୟ ସୁଧାର କରିଛି । ଆସନ୍ତା ରବିବାର ୱେଷ୍ଟଇଣ୍ଡିଜ ସହ ଭାରତର ବଡ଼ ଟକ୍କର ରହିଛି । ଏହି ମ୍ୟାଚ୍ ଜିତିପାରିଲେ ଭାରତ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/cricket-2026-02-27-07-16-22.jpeg)