ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନକୁ ଭାରତର ସମାଲୋଚନା

ଜାତିସଂଘ ମାନବାଧିକାର ପରିଷଦ (UNHRC) ବୈଠକରେ  ପାକିସ୍ତାନକୁ କଡ଼ା ସମାଲୋଚନା କରିଛି ଭାରତ । ଏହି ବୈଠକରେ ପାକିସ୍ତାନର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ ଆଇନା ଦେଖାଇଛି । 

34GRFH

Photograph: (kanaknews)

କନକ ବ୍ୟୁରୋ: ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC) ବୈଠକରେ  ପାକିସ୍ତାନକୁ କଡ଼ା ସମାଲୋଚନା କରିଛି ଭାରତ । ଏହି ବୈଠକରେ ପାକିସ୍ତାନର ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ ଆଇନା ଦେଖାଇଛି । 

ଜାତିସଂଘ ମାନବାଧିକାର ପରିଷଦର ୫୮ତମ ଅଧିବେଶନର ସପ୍ତମ ବୈଠକରେ, ଭାରତର ପ୍ରତିନିଧି କ୍ଷିତିଜ୍‌ ତ୍ୟାଗୀ କହିଛନ୍ତି, ପାକିସ୍ତାନ ଯେଉଁ ଭିତ୍ତିହୀନ ଏବଂ ଅପମାନଜନକ ପ୍ରସଙ୍ଗ କରୁଛି ତାହାର ଜବାବ ଭାରତ ଦେଉଛି । ଏହା ଦେଖି ଦୁଃଖ ଲାଗୁଛି ଯେ ପାକିସ୍ତାନର ତଥାକଥିତ ନେତା ଏବଂ ପ୍ରତିନିଧିମାନେ କାଶ୍ମୀରକୁ ନେଇ ବ୍ୟାପକ ଭାବରେ ମିଥ୍ୟା ପ୍ରଚାର କରୁଛନ୍ତି । ପାକିସ୍ତାନ ଅନ୍ତର୍ଜାତୀୟ ନିୟମର ମଜାକ୍ ଉଡାଉଛି । ଜମ୍ମୁ-କାଶ୍ମୀର ଏବଂ ଲଦାଖ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଂଶ ହୋଇ ରହିବ ।

ସେ ଆହୁରି ମଧ୍ୟ କହିଛନ୍ତି,ଗତ କିଛି ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରେ ହୋଇଥିବା ଅଭୂତପୂର୍ବ ରାଜନୈତିକ, ସାମାଜିକ ଏବଂ ଆର୍ଥିକ ପ୍ରଗତି ବହୁତ କିଛି କହୁଛି । ଏହି ସଫଳତା ଦଶନ୍ଧି ଧରି ଚାଲିଥିବା ପାକିସ୍ତାନ ଆତଙ୍କବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରମାଣ । 

ସେ କହିଛନ୍ତି ଯେ,ଏମିତି ଏକ ଦେଶ ଯେଉଁଠାରେ ମାନବାଧିକାର ଉଲ୍ଲଂଘନ, ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ହେଉଛି,ତାଙ୍କ ନୀତିର ପରିଚୟ ଆଉ ଯିଏ ଜାତିସଂଘ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀଙ୍କୁ ଖୋଲାଖୋଲି ଆଶ୍ରୟ ଦେଉଛି ସେ କାହାକୁ ଉପଦେଶ ଦେବା ଉଚିତ୍ ନୁହେଁ । ଭାରତ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପାକିସ୍ତାନରେ ଥିବା ନିଜ ଲୋକଙ୍କ ପ୍ରତି ଧ୍ୟାନ ଦେବା ଦରକାର । ଏହା ଦୁର୍ଭାଗ୍ୟଜନକ ଯେ ଏହି ଗୁରୁତ୍ୱବୂର୍ଣ୍ଣ ବୈଠକର ସମୟ ଏକ ବିଫଳ ରାଷ୍ଟ୍ର ଦ୍ୱାରା ବର୍ବାଦ ହେଉଛି । ଭାରତ ଗଣତନ୍ତ୍ର ବିକାଶ ଏବଂ ଜନସାଧାରଣଙ୍କ ପ୍ରତି ସମ୍ମାନ ଦେବା ଉପରେ ଗୁରୁତ୍ୱ ଦିଏ । ଏଥିରୁ ପାକିସ୍ତାନ କିଛି ଶିଖିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe