ଟସ୍‌ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ

Advertisment

ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପୁରୁଷ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ଘଟିଛି ଯେବେ ଭାରତୀୟ ଅଧିନାୟକ ବିପକ୍ଷ ଅଧିନାୟକଙ୍କ ସହ ହାତ ମିଳାଇ ନାହାନ୍ତି ।

ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପୁରୁଷ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ଘଟିଛି ଯେବେ ଭାରତୀୟ ଅଧିନାୟକ ବିପକ୍ଷ ଅଧିନାୟକଙ୍କ ସହ ହାତ ମିଳାଇ ନାହାନ୍ତି ।

Surya n agha

କନକ ବ୍ୟୁରୋ: ଭାରତୀୟ ଦଳ ପାକିସ୍ତାନ ସହ ‘ନୋ ହ୍ୟାଣ୍ଡସେକ୍ ପଲିସି’ ବଜାୟ ରଖିଛି । ଆଜି (୧୫ ଫେବ୍ରୁଆରି)ରେ କଲମ୍ବୋରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍‌ର ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିଲେ । ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପୁରୁଷ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ଘଟିଛି ଯେବେ ଭାରତୀୟ ଅଧିନାୟକ ବିପକ୍ଷ ଅଧିନାୟକଙ୍କ ସହ ହାତ ମିଳାଇ ନାହାନ୍ତି । 

ଯଦିଓ ଏସିଆ କପ୍ ୨୦୨୫ରୁ ଏହି ଧାରା ଚାଲିଆସୁଛି, କିନ୍ତୁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେ ୧୫ ଫେବ୍ରୁଆରି ଯାଏଁ ଅପେକ୍ଷା କରିବାକୁ କହିଥିଲେ ଏବଂ ଆଜି ହାତ ନ ମିଳାଇ ସେ ସେହି ପ୍ରଶ୍ନର ପ୍ରକୃତ ଜବାବ ଦେଇଛନ୍ତି । 

ଏହା ବି ପଢ଼ନ୍ତୁ; ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌: ପାକିସ୍ତାନକୁ ହରାଇଲା ଭାରତ

ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟସ୍ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ । ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି; ଅଭିଷେକ ଶର୍ମା ଏବଂ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି । 

ଭାରତୀୟ ଚୂଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଈଶାନ କିଷନ (ୱିକେଟ୍ କିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ଯଶପ୍ରୀତ ବୁମରା। 
ପାକିସ୍ତାନ ଚୂଡ଼ାନ୍ତ ଏକାଦଶ: ସାମ୍ ଆୟୁବ୍, ସାହିବଜାଦା ଫରହାନ, ସଲମାନ ଆଗା (ଅଧିନାୟକ), ବାବର ଆଜମ, ମହମ୍ମଦ ନୱାଜ, ଶାଦାବ ଖାନ, ଫହିମ ଅଶରଫ, ଉସମାନ ଖାନ (ୱିକେଟ୍ କିପର), ଶାହିନ ଆଫ୍ରିଦି, ଆବ୍ରାର ଅହମ୍ମଦ ଏବଂ ଉସମାନ ତାରିକ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe