ଦେଶରେ ଅସମ୍ଭାଳ କରୋନା ସ୍ଥିତି, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭ ଶହ ପାର, ୨୪ ଘଣ୍ଟାରେ ୪ ମୃତ

ଦେଶରେ ଏଭଳି ୮ ଟି ରାଜ୍ୟ ରହିଛି ଯେଉଁ ରାଜ୍ୟଗୁଡିକରେ ୧୦୦ ରୁ ଅଧିକ ଜଣ ଲେଖାଏଁ ସଂକ୍ରମିତ ଚହ୍ନଟ ହୋଇଛନ୍ତି । କେରଳରେ ୧୩୩୬, ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫ ବ୍ୟତୀତ ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫, ଓ ଉତ୍ତରପ୍ରଦେଶରେ ୧୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

sfssdxc

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଦେଶରେ ୩ ହଜାର ୭ ଶହ ୫୮ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ଦ୍ୱାରା ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସୂଚନା କେନ୍ଦ୍ର ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ ସବୁଠାରୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହୋଇଛନ୍ତି । କେରଳରେ ୧୩୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏଭଳି ୮ ଟି ରାଜ୍ୟ ରହିଛି ଯେଉଁ ରାଜ୍ୟଗୁଡିକରେ ୧୦୦ ରୁ ଅଧିକ ଜଣ ଲେଖାଏଁ ସଂକ୍ରମିତ ଚହ୍ନଟ ହୋଇଛନ୍ତି । କେରଳରେ ୧୩୩୬, ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫ ବ୍ୟତୀତ ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫, ଓ ଉତ୍ତରପ୍ରଦେଶରେ ୧୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ସେପଟେ କରୋନା ଭୂତାଣୁ ସଂକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କରୋନାର ନୂଆ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଳ୍ପ ସମୟ ମଧ୍ୟରେ ଗମ୍ଭୀର ହୋଇପଡୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe