ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଦଳ

Advertisment

ଆଫଗାନିସ୍ତାନ ସହିତ ଭାରତ ବୁଧବାର ସେମିଫାଇନାଲ୍‌ ଖେଳିବ । ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ରମାଗତ ୩ ବଲ୍‌ରେ ୱିକେଟ୍‌ ହରାଇ ୪୭/୩ରେ ସଂଘର୍ଷ କରିଥିଲା । ବେଦାନ୍ତ ତ୍ରିବେଦୀ (୬୮), କନିଷ୍କ ଚୌହାନ (୩୫), ସୂର୍ଯ୍ୟବଂଶୀ ସୂରଜ (୩୦), ଆର୍‌ ଅମ୍ବ୍ରିଶ (୨୯)ଙ୍କ ପାଳି ବଳରେ ଦଳ ୨୫୨ ରନ୍‌ କରିଥିଲା ।

India U-19

କନକ ବ୍ୟୁରୋ: ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଗତ ଏସିଆ କପ୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ଭାରତ । ୫୮ ରନ୍‌ ବିଜୟ ସହିତ ଭାରତ ମଧ୍ୟ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଆଫଗାନିସ୍ତାନ ସହିତ ଭାରତ ବୁଧବାର ସେମିଫାଇନାଲ୍‌ ଖେଳିବ । ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ରମାଗତ ୩ ବଲ୍‌ରେ ୱିକେଟ୍‌ ହରାଇ ୪୭/୩ରେ ସଂଘର୍ଷ କରିଥିଲା । ବେଦାନ୍ତ ତ୍ରିବେଦୀ (୬୮), କନିଷ୍କ ଚୌହାନ (୩୫), ସୂର୍ଯ୍ୟବଂଶୀ ସୂରଜ (୩୦), ଆର୍‌ ଅମ୍ବ୍ରିଶ (୨୯)ଙ୍କ ପାଳି ବଳରେ ଦଳ ୨୫୨ ରନ୍‌ କରିଥିଲା । ଅବଦୁଲ ଶୁଭନ ୩ ଏବଂ ମହମଦ ସାୟମ ୨ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ପାକିସ୍ତାନ ଏକଦା ୩୦ତମ ଓଭରର ବେଳକୁ ୨ ୱିକେଟ୍‌ ହରାଇ ୧୫୧ ରନ୍‌ କରିଥିବାବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୪ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଅଧିନାୟକ ଆୟୁଷ ମହାତ୍ରେ ଓ ଖିଲନ ପଟେଲ୍‌ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍‌ ନେଇ ବିଜୟ ଦେଇଥିଲେ । କନିଷ ଚୌହାନ (୩୫ ଓ ୧/୩୦) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । 

ଏହା ବି ପଢ଼ନ୍ତୁ:  ଓଡ଼ିଶା ରଗ୍‌ବିରେ ବିରଳ ରେକର୍ଡ: ଗୋଟିଏ ଦିନରେ ୫ ସ୍ବର୍ଣ୍ଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe