କନକବ୍ୟୁରୋ : ଦିଲ୍ଲୀରେ ଚୀନ ବୈଦେଶିକ ମନ୍ତ୍ରୀ ।  ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟୀ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି।  ଏହି ଗସ୍ତ ସମୟରେ ଚୀନ ବୈଦେଶିକ ମନ୍ତ୍ରୀ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ଉଚ୍ଚ ସ୍ତରୀୟ ଆଲୋଚନାରେ ଭାଗ ନେବେ, ଯେଉଁଠାରେ ଭାରତ-ଚୀନ ସୀମା ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବାର ସୂଚନା ମିଳିଛି।  

Advertisment

ଚୀନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ମଧ୍ୟ  ଦ୍ୱିପାକ୍ଷିକ ବୈଠକ କରିବେ ।   ସଂଧ୍ୟା ୬ଟାରେ ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସହ ଆଲୋଚନା କରିଛନ୍ତି ୱାଙ୍ଗ ୟି ।   ୨୦୨୦ରେ ଗାଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା,  କିନ୍ତୁ ଏବେ ଦୁଇ ପକ୍ଷ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପଦକ୍ଷେପ ନେଉଛନ୍ତି। ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଶାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକ ପାଇଁ ଚୀନ ଗସ୍ତ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି