କନକ ବ୍ୟୁରୋ: ୨୦୨୦ରେ ଗଲୱାନ ଘାଟିେର ହୋଇଥିଲା ରକ୍ତପାତ । ଜୁନ ୧୫ରେ ମୁହାଁମୁହିଁ ହୋଇଥିଲେ ଚୀନ ଓ ଭାରତୀୟ ସେନା । ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନର ୪୦ରୁ ଅଧିକ ଯବାନଙ୍କ ଜୀବନ ଯାଇଥିଲା । ଗଲୱାନ ବିବାଦ ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସୀମାରେ ନିେୟାଜିତ ହୋଇଥିଲ ଭାରତୀୟ ବାୟୁେସନାର ୬୮ ହଜାରରୁ ଅଧିକ ଯବାନ ।
୯୦ରୁ ଅଧିକ ଟ୍ୟାଙ୍କକୁ ଏୟାରଲିଫ୍ଟ କରି ସୀମାକୁ ନିଆଯାଇଥିଲା । ତୋପ ସହ ଯୁଦ୍ଧ ବିମାନ ମଧ୍ୟ ମୁତୟନ କରାଯାଇଥିଲା । ଯେକୗଣସି ମୂହୁର୍ତ୍ତରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଲାଗିବା ନେଇ ଆଶଙ୍କା ଦେଖାଦେଇଥିଲା । ଏବେ ୪ ବର୍ଷରେ ବଦଳିଛି ସ୍ଥିତି । ପୁରୁଣା ତିକ୍ତତାକୁ ଭୁଲି ଶାନ୍ତିର ମାର୍ଗ ବାଛିଛନ୍ତି ଦୁଇ ଦେଶ । ଦୀପାବଳିରେ ପରସ୍ପରକୁ ମିଠା ଖୁଆଇବା ପରେ ସବୁ ବିବାଦରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ସୖୈନ୍ୟ ଅପସାରଣ ସହ ସୀମାରୁ ତମ୍ଵୁ ଓ ଅସ୍ଥାୟୀ ନିର୍ମାଣ ହଟିଛି । ଯାହାର ସାଟେଲାଇଟ୍ ଇେମଜ ମଧ୍ୟ ସାମ୍ନାକୁ ଆସିଛି । ପୂବର୍ରୁ ଦେପସାଙ୍ଗ ଓ ଡେମେଚାକ ଅଞ୍ଚଳରେ ଅସ୍ଥାୟୀ ସେନା ଶିବିର ଥିବାବେଳେ ଏବେ ତାହାକୁ ଉେଚ୍ଛଦ କରାଯାଇଛି । ସୀମାେର ପୂବର୍ ଭଳି ପାେଟ୍ରାଲିଂ ଆରମ୍ଭ ହୋଇଛି ।
ସୀମା ବିବାଦର ଅନ୍ତନେଇ ଅକ୍ଟାେବର ୨୧ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଅକ୍ଟାେବର ୨୩ରେ ରୁଷରେ ଆେୟାଜିତ ବ୍ରିକ୍ସ ସମ୍ମିଳନୀେର ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମାେଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ । ଏଥିେର ସୀମା ବିବାଦର ଅନ୍ତ ପାଇଁ ଉଭୟ ଦେଶର ମୁଖ୍ୟଙ୍କ ମଧ୍ୟରେ ହାେଇଥିଲା ଆେଲାଚନା । ଏହାପରେ ୨୫ ତାରିଖରେ ଏଲଏସିରୁ ୫ଟି ଲେଖାଏଁ ତମ୍ଵୁ ହଟାଇ ଥିଲେ ଭାରତ ଓ ଚୀନ୍ ସେନା । ବୁଧବାର ସୀମାେର ସମସ୍ତ ଅସ୍ଥାୟୀ ଭିତ୍ତିଭୂମିକୁ ହଟାଯାଇଥିବା ବେଳେ ଆଜି ପରସ୍ପରକୁ ମିଠା ଖୁଆଇଛନ୍ତି ଦୁଇ ଦେଶର ସେନା । ଏହାସହ ଦୀର୍ଘ ୪ ବର୍ଷ ଧରି ଲାଗି ରହିଥିବା ସୀମା ବିବାଦର ଅନ୍ତ ହାେଇଛି ।