ସଫଳ ହେଲା ଭାରତ-ଚୀନ କୂଟନୀତିସ୍ତରର ଆଲୋଚନା: ସୀମା ବିବାଦ ହ୍ରାସ ପାଇଁ ଏଲଏସିରେ ପାଟ୍ରୋଲିଂ କରିବାକୁ ଉଭୟ ଦେଶର ସହମତି

Advertisment

ଏଲଏସିକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଘୋଷଣା କରିଛନ୍ତି ଯେ ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ବୁଝାମଣା ହୋଇଛି।

ଏଲଏସିକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଘୋଷଣା କରିଛନ୍ତି ଯେ ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ବୁଝାମଣା ହୋଇଛି।

ind chaina

କନକ ବ୍ୟୁରୋ: ଏଲଏସିକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଘୋଷଣା କରିଛନ୍ତି ଯେ ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ବୁଝାମଣା ହୋଇଛି। ଗତ କିଛି ସପ୍ତାହ ମଧ୍ୟରେ ହୋଇଥିବା ଆଲୋଚନା ଫଳରେ ଭାରତ-ଚୀନ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ବୁଝାମଣା ହୋଇଛି ଏବଂ ଏହା ୨୦୨୦ରେ ଏହି ଅଞ୍ଚଳରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସହାୟକ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଚୀନ୍ ସହ ଆଲୋଚନା ହେଉଥିବା ପ୍ରସଙ୍ଗରେ ଆମେ ବୁଝାମଣାରେ ପହଞ୍ଚିଛୁ। ଏହି ଘଟଣା ଶେଷରେ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଆଶା କରାଯାଉଛି। ବୈଦେଶିକ ସଚିବ କହିଛନ୍ତି ଯେ ସୀମାରେ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଆଲୋଚନାକାରୀମାନେ ଗତ କିଛି ସପ୍ତାହ ଧରି ଯୋଗାଯୋଗରେ ଅଛନ୍ତି। ଏହି ଚୁକ୍ତି ଡେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ସହ ଜଡ଼ିତ ବୋଲି କୁହାଯାଉଛି। ୨୦୨୦ରେ ପୂର୍ବ ଲଦାଖ ସୀମାର ଗଲଓ୍ବାନ ସଂଘର୍ଷ ପରଠାରୁ ଦୁଇ ପଡ଼ୋଶୀଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବ୍ରିକ୍ସ ସମ୍ମିଳନୀ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି । ଆସନ୍ତାକାଲି ଠାରୁ ରୁଷରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ। ଅକ୍ଟୋବର ୨୨ ଓ ୨୩ରେ ରୁଷରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବ।”ବ୍ରିକ୍ସ ସମ୍ମିଳନୀରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେବେ। ମୋଦି ଓ ଜିନପିଙ୍ଗ ଗୋଟିଏ ମଞ୍ଚରେ ଏକାଠି ହେଉଥିବାରୁ ଦ୍ୱିପାକ୍ଷିକ ଆଲୋଚନାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe