କନକବ୍ୟୁରୋ : ମଧ୍ୟ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା  । ପାକ୍ ଅଧିକୃତ କାଶ୍ମୀର PoK  ର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ  । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ  । ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ନେଲା ପଦକ୍ଷେପ  ।  ପାକିସ୍ତାନ ଉପରେ ଆରମ୍ଭ କରିଛି ଭାରତ ସିନ୍ଦୁର ର ବଦଲା ଅପେରସନ ସିନ୍ଦୁର ରେ ନେଇଛି ଭାରତ  ।  ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୁଚନା ମଧ୍ୟ ଦେଇଛି  , ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ବର୍ତ୍ତମାନର ପ୍ରାଥମିକ ସୁଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି  ।  ପହଲଗାମ ନରସଂହାର ର ବଦଲା ନେଲା ଭାରତ ।  ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡାଣ ବନ୍ଦ କରାଯାଇଛି ।   

Advertisment

ଏଥିସହ , କାର୍ଯ୍ୟାନୁଷ୍ଠାନ ବାବଦରେ ବିଶ୍ବକୁ ଅବଗତ କଲା ଭାରତ ।  ଏଥିସହ ଅପରେସନ ସିନ୍ଦୂରରେ ସାମିଲ ଥିଲେ ତିନି ସେନା  ।  ଆର୍ମି , ଏୟାରଫୋର୍ସ ଓ ନେଭିର ମିଳିତ ଅପରେସନ ।  ହମଲାରେ ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି  । ସବୁ ଟାର୍ଗେଟରେ ଲୋକେସନ ଗୁଇନ୍ଦା ସଂସ୍ଥା ଦ୍ବାରା ସ୍ପଷ୍ଟ କରାଯାଇଥିଲା ।  ଭାରତର ସବୁ ଯବାନ ସୁରକ୍ଷିତ ଥିବା ସୁଚନା ଦିଆଯାଇଛି  । ସମସ୍ତ ଏୟାରଷ୍ଟ୍ରାଇକ କରିଛି ଭାରତ , ଭାରତର ଷ୍ଟ୍ରାଇକ ନେଇ ମାନିଛି ପାକିସ୍ତାନ , ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଅପେରସନ ସିନ୍ଦୂର ଆରମ୍ଭ କରାଯାଇଛି  ।  ପାକିସ୍ତାନରେ ୪ ଓ pok ରେ ୫ଟି ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି  ।  ମୁଜାଫରବାଦରେ ଦୁଇଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରାଯାଇଛି ।