କନକ ବ୍ୟୁରୋ:   ହାତ ନ ମିଶାଇ ପାକିସ୍ତାନକୁ ପାନେ
                    ପରାଜୟରେ ବିଳିବିଳାଉଛି ସଇତାନ୍
'ଅପରେସନ୍ ସିନ୍ଦୁର'ରେ ମାଟି କାମୁଡ଼ିଥିଲା ପାକିସ୍ତାନ । ଏସିଆ କପ୍‌ରେ ବି ବିଜୟର ବାନା ଉଡ଼ାଇ, ସଇତାନ୍‌ ପାକିସ୍ତାନକୁ ପାନେ ଦେଇଛି ଭାରତ  । ଶତ୍ରୁକୁ ସାବାଡ କରିବାକୁ ସୁଚିନ୍ତିତ ରଣନୀତି କରିଥିଲା ଟିମ୍ ଇଣ୍ଡିଆ । ରବିବାର ଦୁବାଇରେ ପାକିସ୍ତାନ ବିରୋଧରେ ନୀରବ ପ୍ରତିବାଦ କରିଥିଲା । ଷ୍ଟାଡିୟମ ଭିତରେ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟବହାରରେ ବିଳିବିଳେଇ ଉଠିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ  । ଆଉ ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡର ଦ୍ୱାରସ୍ଥ ହୋଇଛି । 
Advertisment
ରବିବାର ମ୍ୟାଚ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଛି ଭାରତ । ପାକିସ୍ତାନକୁ ପରାଜୟ ଯେତିକି ନ ବାଧିଛି, ସେତିକି ବାଧିଛି କ୍ରିକେଟ୍‌ ପଡ଼ିଆରେ ଟିମ୍ ଇଣ୍ଡିଆର ଖେଳାଳି ଓ ଅଧିନାୟକଙ୍କ ଆଭିମୁଖ୍ୟ  । ଏଥିପାଇଁ ଏସିଆ କ୍ରିକେଟ୍‌ କାଉନସିଲରେ ମଧ୍ୟ ପାକିସ୍ତାନ ଅଭିଯୋଗ କରିଛି । ହେଲେ କିଛି କଥା ଖେଳ ଭାବନାଠାରୁ ବି ଉର୍ଦ୍ଧ୍ବରେ ଥାଏ । ଆମେ ପହଲଗାମ ପୀଡ଼ିତଙ୍କ ପରିବାର ସହ ରହିଛୁ । ଆମେ ଆମର ଏକତାକୁ ପ୍ରକାଶ କରିବା ସହ ପାକିସ୍ତାନ ବିରୋଧରେ ବିଜୟକୁ ଦେଶର ସମସ୍ତ ଯବାନଙ୍କୁ ଉତ୍ସର୍ଗ କରୁଛୁ । ଆମେ ଆଶା କରୁଛୁ ସେମାନେ ଆମକୁ ପ୍ରେରଣା ଦେଉଥିବେ ।  
ଶତ୍ରୁ ସହ ସବୁ ମୈଦାନରେ ମୁକାବିଲା ପାଇଁ ଭାରତ ସବୁବେଳେ ପ୍ରସ୍ତୁତ । ତେଣୁ ପ୍ରବଳ ବିରୋଧ ସତ୍ୱେ ଭାରତୀୟ ଖେଳାଳି ପାକିସ୍ତାନ ବିରୋଧରେ ଖେଳିବା, ଏହି ବାର୍ତ୍ତା ଦେଇଛି । ଆଉ ପରିଣାମ ବିଶ୍ୱବାସୀଙ୍କ ଆଗରେ ରହିଛି । ଯୁଦ୍ଧ ପଡ଼ିଆରୁ ଖେଳ ପଡ଼ିଆ ସବୁଠି ଶତ୍ରୁକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି ।