କନକ ବ୍ୟୁରୋ : ଦିନକୁ ଦିନ ବିଗୁଡୁଛି ଭାରତ-କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିବା ପରେ କାନାଡାକୁ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ ଦେଇଛି । ଏହାଭ ଭିତରେ ଭାରତ କାନାଡା ବିରୋଧରେ ନୂଆ ଓ ସଗୀଂନ ଅଭିଯୋଗ ଆଣିଛି । ଭାରତୀୟ ବୈଦେଶିକମନ୍ତ୍ରାଳୟ କହିଛି କାନାଡରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଫୋନକୁ ଟ୍ୟାପିଂ କରାଯାଇଛି । ସେମାନଙ୍କ ଗତିବିଧିକୁ ସନ୍ଦେହଦୃଷ୍ଟିରେ ଦେଖାଯାଉଛି । ମାନସିକ ନିର୍ଯ୍ୟାତନା ଦେବା ଯୋଗୁଁ ରାଷ୍ଟ୍ରଦୂତମାନେ ଭୟର ମାହୋଲରେ କାମ କରୁଛନ୍ତି । ଟ୍ରୁଡୋ ସରକାର ଅର୍ନ୍ତଜାତୀୟ ଗଣମାଧ୍ୟମରେ ଭୁଲ, ମିଛ ଏବଂ ପ୍ରାୟୋଜିତ ଖବର ପ୍ରସାରଣ କରୁଥିବା କହି ଅଭିଯୋଗ ଆଣିଛି ଭାରତ ।
ବିଗୁଡୁଛି ଭାରତ-କାନାଡା ସମ୍ପର୍କ ; ଟ୍ରୁଡୋ ସରକାର ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରାୟୋଜିତ ଖବର ପ୍ରସାରଣ କରୁଥିବା କହିଲା ଭାରତ
ଦିନକୁ ଦିନ ବିଗୁଡୁଛି ଭାରତ-କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିବା ପରେ କାନାଡାକୁ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ ଦେଇଛି ।