ସଞ୍ଜୁଙ୍କୁ ସାମିଲ କରିପାରେ ଭାରତ

Advertisment

ଜଣେ ବ୍ୟାଟର ଯିଏକି ଗତ ୧୮ ମାସ ହେଲା ଭଲ ପ୍ରଦର୍ଶନ କରୁଛନ୍ତି, ମାତ୍ର ଗତ କେତୋଟି ମ୍ୟାଚ୍‌ରେ ବିଫଳ ହେଉଛନ୍ତି, ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯିବ କିମ୍ବା ଓପନିଂରେ ବାମହାତୀ-ଡାହାଣହାତୀ ଯୋଡ଼ି ଲାଗି ସଂଜୁ ସାମସନଙ୍କୁ ଅଣାଯିବ?

ଜଣେ ବ୍ୟାଟର ଯିଏକି ଗତ ୧୮ ମାସ ହେଲା ଭଲ ପ୍ରଦର୍ଶନ କରୁଛନ୍ତି, ମାତ୍ର ଗତ କେତୋଟି ମ୍ୟାଚ୍‌ରେ ବିଫଳ ହେଉଛନ୍ତି, ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯିବ କିମ୍ବା ଓପନିଂରେ ବାମହାତୀ-ଡାହାଣହାତୀ ଯୋଡ଼ି ଲାଗି ସଂଜୁ ସାମସନଙ୍କୁ ଅଣାଯିବ?

sanju

sanju Photograph: (Kanak news)

କନକ ବ୍ୟୁରୋ: ସୁପର-୮ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତର ଶୋଚନୀୟ ପରାଜୟ ପରେ ଭାରତୀୟ ଦଳ ପାଇଁ ପରବର୍ତ୍ତି ଦୁଇଟି ମ୍ୟାଚ୍‌ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦଳରେ କେତେକ ପରିବର୍ତ୍ତନ କରାଯାଇପାରେ ବୋଲି ସଂକେତ ଦେଇଛନ୍ତି ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍‌ ଡଇସେଟ୍। ବିଶେଷକରି ସଂଜୁ ସାମସନଙ୍କୁ ଦଳରେ ସାମିଲ କରାଯିବା ଲାଗି ବିଚାର କରାଯାଉଛି ବୋଲି ସେ କହିଛନ୍ତି। ତେବେ କାହା ବଦଳରେ ତାଙ୍କୁ ସାମିଲ କରାଯିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି।

ଆହୁରି ପଢ଼ନ୍ତୁ... ‘ବ୍ୟାଟ୍‌ ଫିଙ୍ଗି ପଳାଉଛନ୍ତି..’ ଭାରତୀୟ ଦଳକୁ ସମାଲୋଚନା କଲେ ଗାଭାସ୍କର

ସେ କହିଛନ୍ତି ଯେ ଚଳିତ ବିଶ୍ବକପ୍‌ରେ ଭାରତର ଟପ୍‌ଅର୍ଡର ଏକ ଭଲ ମୂଳଦୁଆ ସ୍ଥାପନ କରିବାରେ ବିଫଳ ହୋଇଛି। ଅଧିକାଂଶ ଥର ପ୍ରଥମ ୱିକେଟ୍‌ ଯୋଡ଼ିରେ ଶୂନ କିମ୍ବା -୧-୨ ରନ କରାଯାଇଛି। ପ୍ରତ୍ୟେକ ଥର ବିପକ୍ଷ ଦଳ ଜଣେ କାମଚଳା ଅଫ୍‌-ସ୍ପିନରଙ୍କ ମାଧ୍ୟମରେ ଭାରତୀୟ ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏହି କାମ କରିଦେଇଥିଲେ। ଏହି କାରଣରୁ ସୂର୍ଯ୍ୟକୁମାର ଓ ତିଳକ ବର୍ମାଙ୍କ ଉପରେ ମୂଳରୁ ହିଁ ଚାପ ରହୁଛି।

ଜଣେ ବ୍ୟାଟର ଯିଏକି ଗତ ୧୮ ମାସ ହେଲା ଭଲ ପ୍ରଦର୍ଶନ କରୁଛନ୍ତି, ମାତ୍ର ଗତ କେତୋଟି ମ୍ୟାଚ୍‌ରେ ବିଫଳ ହେଉଛନ୍ତି, ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯିବ କିମ୍ବା ଓପନିଂରେ ବାମହାତୀ-ଡାହାଣହାତୀ ଯୋଡ଼ି ଲାଗି ସଂଜୁ ସାମସନଙ୍କୁ ଅଣାଯିବ? ଏ ସମ୍ପର୍କରେ ଆସନ୍ତା କିଛିଦିନରେ ଦଳରେ ବିଚାର କରାଯିବ ବୋଲି ସେ ସଂକେତ ଦେଇଛନ୍ତି। ତେବେ ଦଳରେ ରିଙ୍କୁ ସିଂଙ୍କୁ ସାମିଲ କରାଯିବା ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe