କନକବ୍ୟୁରୋ:ପାକିସ୍ତାନକୁ ପୁଣି ଭାରି ପଡ଼ିଲା କାଶ୍ମୀର ବିରୋଧୀ ମନ୍ତବ୍ୟ । ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ କଡ଼ା ଜବାବ ରଖିଛି ଭାରତ । କାଶ୍ମୀର ପ୍ରସଙ୍ଗରେ ବିଷ ଓଗାରିଥିବା ସେହବାଜ ସରିଫଙ୍କୁ ୟୁଏନଜିଏରେ ଆଇନା ଦେଖାଛନ୍ତି ଭାରତର କୁଟନୀତିଜ୍ଞ ଭାବିକା ମଙ୍ଗଲାନନ୍ଦନ । ପାକିସ୍ତାନକୁ ଆତଙ୍କବାଦୀର ଫ୍ୟାକ୍ଟ୍ରି କହିବା ସହ ୟୁଏନଜିଏରେ ଇତିହାସର ଚିଠା ଖୋଲି ଦେଇଛନ୍ତି ।

Advertisment

ଭାରତର ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣଠାରୁ ନେଇ ମୁମ୍ବାଇ ତାଜ ହୋଟେଲ ଆକ୍ରମଣ କଥା କହି ପାକିସ୍ତାନକୁ ସମାଲୋଚନା କରିଛନ୍ତି । 

ଯେଉଁଦେଶ ୧୯୭୧ରେ ନରସଂହାର କରିଥିଲା ସେହି ଦେଶ ଅସହିଷ୍ଣୁତା କଥା କହିବା ହାସ୍ୟାସ୍ପଦ ବୋଲି କହିଛନ୍ତି ଭାବିକା ମଙ୍ଗଲାନନ୍ଦନ । ଏହାଛଡ଼ା ପାକିସ୍ତାନରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ନିର୍ୟାତନା ପ୍ରସଙ୍ଗ ମଧ୍ୟ ସେ ଜାତିସଂଘ ସାଧାରଣ ସଭାରେ ଉଠାଇଛନ୍ତି । ଆତଙ୍କବାଦୀଙ୍‌କୁ ଶରଣ ଦେଉଥିବା ଏବଂ ଡ୍ରଗ୍ସ ଭଳି ନିଶାଦ୍ରବ୍ୟର ଚାଲାଣ କରୁଥିବା ଦେଶ ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇବାକୁ କେଉଁଠୁ ସାହାସ ପାଉଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ମଙ୍ଗଲାନନ୍ଦନ ।

ପୂର୍ବରୁ ଅନେକ ଥର ପାକିସ୍ତାନ ଏଭଳି କରିଥିବା ବେଳେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି । ଏଥର କିନ୍ତୁ ଜାତିସଂଘ ସାଧାରଣ ସଭାରେ ଏକଘରିକିଆ ହୋଇଯାଇଛି ପାକିସ୍ତାନ । ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନର ସମର୍ଥନ କରୁଥିଲା । ଏବେ କିନ୍ତୁ ତୁର୍କୀ ଏହି ପ୍ରସଙ୍ଗରେ ପାକିସ୍ତାନର ହାତ ଛାଡ଼ି ଦେଇଛି ।