କନକ ବ୍ୟୁରୋ: ଭାରତର ବଜେଟ୍‌କୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା ଚାଲେ । ଚର୍ଚ୍ଚା ଏବେର ନୁହେଁ ବରଂ ବହୁପୁରୁଣା । କାରଣ ଭାରତ ଏମିତି ଏକ ଦେଶ ଥିଲା ଯେଉଁ ଦେଶରେ ଦୁଇଟି ବଜେଟ୍‌, ଦୁଇ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଉପସ୍ଥାପନ କରନ୍ତି । ଅର୍ଥ ଓ ରେଳ ମନ୍ତ୍ରୀ ଦାୟିତ୍ବରେ ଥିବା ସାଂସଦ ସଂସଦରେ ବଜେଟ୍‌ ଉପସ୍ଥାପନ କରନ୍ତି । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । ହେଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ରେଳ ବଜେଟ୍‌କୁ ସ୍ବତନ୍ତ୍ର ଭାବରେ ଉପସ୍ଥାପନ କରିବା ବଦଳରେ ଏକ ସଙ୍ଗରେ ପୁରା ଦେଶର ବଜେଟ୍‌ ଉପସ୍ଥାପନ କରାଯାଉଛି । ଯେମିତି ଭାରତରେ ବଜେଟ୍‌ ଉପସ୍ଥାପନ କରାଯାଉଛି, ସେମିତି ପାକିସ୍ତାନରେ କେମିତି ବଜେଟ୍‌ ଉପସ୍ଥାପନ ହେଉଛି ତାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା । ତେବେ ଆସନ୍ତୁ ଜାଣିବା ଭାରତ ଓ ପାକିସ୍ତାନରେ ବଜେଟ୍‌ ଉପସ୍ଥାପନରେ ଭିନ୍ନତା କଣ ରହିଛି ।

Advertisment

ବଜେଟ୍‌ : ଭାରତଠୁ ପାକିସ୍ତାନ କେତେ ଅଲଗା
ଇଣ୍ଡିଆରେ ଫେବୃଆରୀ ପ୍ରଥମ ସପ୍ତାହ
ପଡ଼ୋଶୀ ପାକିସ୍ତାନରେ କେବେ
ପ୍ରତିବର୍ଷ ଫେବୃଆରୀ ୧ରେ ଭାରତରେ ବଜେଟ୍‌
ବଜେଟ୍‌ ଖାତାକୁ ଦେଶରେ ସ୍ବତନ୍ତ୍ର ବିବେଚନା କରାଯାଏ

ପ୍ରତିବର୍ଷ ଫେବୃଆରୀ ୧ ତାରିଖ ଦିନ ହିଁ କେନ୍ଦ୍ରରେ ବଜେଟ୍‌ ଉପସ୍ଥାପନ କରାଯାଏ । ଏଥର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଲାଗି ବଜେଟ୍‌ ଉପସ୍ଥାପନ କରିବେ । କୁହାଯାଏ, ବଜେଟ୍‌ ପାଇଁ ଅନେକ ଦିନ ପ୍ରସ୍ତୁତି କରାଯାଏ । ପରେ ପରେ ରାଷ୍ଟ୍ରପତି ଏଥିରେ ମୋହର ମାରନ୍ତି । ଖାଲି ଏତିକି ନୁହେଁ ବରଂ ନିୟମ ଅନୁସାରେ ବଜେଟ୍‌ ଉପସ୍ଥାପନ ପୂର୍ବଦିନ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଏ । କିନ୍ତୁ ଏ କ୍ଷେତ୍ରରେ ପାକିସ୍ତାନ ସଂପୂର୍ଣ୍ଣ ଅଲଗା । 

ଜୁନ୍‌ ମାସରେ ପାକିସ୍ତାନ ବଜେଟ୍‌

ପ୍ରତିଦେଶରେ ବଜେଟ୍‌କୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଏ । ନିର୍ଦ୍ଧାରିତ ତାରିଖ ବି ରହେ । ଯେମିତି ଭାରତରେ ଫେବୃଆରୀରେ ବଜେଟ୍‌ ଉପସ୍ଥାପନ କରାଯାଏ ଠିକ୍‌ ସେମିତି ପାକିସ୍ତାନରେ ଜୁନ୍‌ ମାସରେ ଦେଶର ଆର୍ଥିକ ବଜେଟ୍‌ ସଂସଦରେ ଉପସ୍ଥାପନ କରାଯାଏ । ପଡୋଶୀ ଦେଶର ଆର୍ଥିକ ବର୍ଷ ଜୁଲାଇ ପହିଲାରୁ ଲାଗୁ କରାଯାଏ । ହେଲେ ଭାରତରେ ଆର୍ଥିକ ବର୍ଷ ମାର୍ଚ୍ଚ ୧ରୁ ଆରମ୍ଭ ହୁଏ । ହେଲେ ପାକିସ୍ତାନରେ ବଜେଟ୍‌ ପ୍ରସ୍ତୁତି ହେବା ପରେ ମନ୍ତ୍ରୀମଣ୍ଡଳର ଅନୁମୋଦନ ମିଳେ । ପରେ ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ପାକିସ୍ତାନର ନିୟମ ଅନୁସାରେ ସଂସଦରେ କୌଣସି ସଦସ୍ୟ ବି ବଜେଟ୍‌କୁ ନେଇ ଆପତ୍ତି ଉଠାଇପାରିବେ ଏବଂ ବଦଳାଇବା ଲାଗି ପ୍ରସ୍ତାବ ବି ଦେଇପାରିବେ । 

ବଜେଟ୍‌ ଆକାରରେ ବି ବଡ଼ ଅନ୍ତର

ଭାରତଠୁ ପାକିସ୍ତାନ ପ୍ରତି କ୍ଷେତ୍ରରେ ପଛରେ । ଅର୍ଥନୀତିଠୁ ଆରମ୍ଭ କରି ବାଣିଜ୍ୟିକ…ସାମରିକଠୁ ଆରମ୍ଭ କରି ଆଣବିକ…ପ୍ରତି କ୍ଷେତ୍ରରେ ଭାରତଠୁ ପଛରେ ପାକିସ୍ତାନ । ତେଣୁ ବଜେଟ୍‌ରେ ବି ପାକିସ୍ତାନ ପଛରେ ରହିବା ସ୍ବାଭାବିକ କଥା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୨-୨୩ ଆର୍ଥିକ ବର୍ଷରେ ପାକିସ୍ତାନର ବଜେଟ୍‌ ଆକାର ୪୭ ହଜାର ୬୫ ଶହ ୭୬୮ କୋଟି ଟଙ୍କା ଥିଲା । ଗାଣିତିକ ହିସାବରେ ଭାରତର ବଜେଟ୍ ଆକାରରୁ ଏହା ପ୍ରାୟ ୮ ଗୁଣ ଛୋଟ । ତେଣୁ ସ୍ପଷ୍ଟ ଅନୁମେୟ କରିପାରୁଥିବେ ପାକିସ୍ତାନ ବଜେଟ୍‌ ଭାରତ ତୁଳନାରେ କେତେ ଛୋଟ ।