କନକ ବ୍ୟୁରୋ: ଭାରତ ଓ ବାଂଲାଦେଶ ମଧ୍ୟରେ ଲଗାତର ସମ୍ପର୍କ ତିକ୍ତ ହେବାରେ ଲାଗିଛି । ବଢ଼ିବାରେ ଲାଗିଛି ସୀମା ବିବାଦ । ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ଜଣାପଡିଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ ବା ବିଏସ୍ଏଫ୍ ସୁରକ୍ଷାକୁ କଡାକଡି କରିଛି । ସୀମାନ୍ତ ଅଞ୍ଚଳରେ ବିଏସଏଫ ତୀକ୍ଷ୍ଣ ନଜର ରଖିଛି, ଯେଉଁ କାରଣରୁ ବାଂଲାଦେଶର ମହମ୍ମଦ ୟୁନୁସ ସରକାର ହଡବଡେଇ ଯାଇଛନ୍ତି । ଏବେ ବାଂଲାଦେଶକୁ ତା' ଭାଷାରେ ଜବାବ ଦେଇଛି ଭାରତ । ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ ଡାକି ସୀମାରେ ବିଏସଏଫ ଦ୍ୱାରା କରାଯାଇଥିବା ତାର ବାଡକୁ ନେଇ ଆପତ୍ତି ଜଣାଇଥିଲା । ସୋମବାର ଭାରତ ନୂଆ ଦିଲ୍ଲୀରେ ଥିବା ବାଂଲାଦେଶର ଡେପୁଟି ହାଇ କମିଶନର ନୁରାଲ ଇସଲାମଙ୍କୁ ଡକାଇଛି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ସୀମାରେ ତାର ବାଡକୁ ବେଆଇନ ଉଦ୍ୟମ ବୋଲି କହିଛି । ତେବେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି । ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଭାରତ ନିଜ ସୀମାରେ ବାଡ଼ ତିଆରି କରୁଛି । ଯାହାକୁ ବାଂଲାଦେଶ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି । ଏଥିଲାଗି ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଭାରତର ହାଇକମିଶନଙ୍କୁ ନୋଟିସ କରି ଆଲୋଚନା ବି କରୁଛି । କିନ୍ତୁ ନିଜ ସୀମାରେ ଭାରତ ତିଆରି କରୁଥିବା ବାଡ଼ରେ ବାଂଲାଦେଶର କି ଅସୁବିଧା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ହସିନାଙ୍କ ସରକାର ଯିବା ପରେ ଏବେ ବାଂଲାଦେଶ ଜାଣିଶୁଣି କେଁ ବାହାର କରୁଥିବା ସ୍ପଷ୍ଟ ହୋଇଛି ।
ବଢ଼ିଲା ଭାରତ-ବାଂଲାଦେଶ ସୀମା ବିବାଦ । BSFର ତାର ବାଡ଼କୁ ଢାକାର ଆପତ୍ତି ।
Advertisment
Follow Us