sports news Photograph: (kanaknews)
କନକ ବ୍ୟୁରୋ :ଆମେରିକା ବିପକ୍ଷରେ ସହଜ ବିଜୟରୁ ଭାରତ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଆମେରିକାକୁ ୨୯ ରନରେ ହରାଇଛି ଟିମ୍ ଇଣ୍ଡିଆ । 'ଗ୍ରୁପ ଏ'ର ଓପନ ମ୍ୟାଚରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧ ଶତକ ଓ ସିରାଜଙ୍କ ଘାତକ ବୋଲିଂ ବଳରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଲୋ ସ୍କୋରିଂ ମ୍ୟାଚ ଲାଗୁଥିଲେ ମଧ୍ୟ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରି ଆମେରିକାକୁ ୨୯ ରନରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି ଭାରତ ଆମେରିକା ଆଗରେ ୧୬୨ ରନର ଟାର୍ଗେଟ୍ ରଖିଥିଲା । ପରେ ଭାରତୀୟ ବୋଲର ୨୦ଓଭରରେ ୮ ୱିକେଟ ଖସାଇ ଆମେରିକାକୁ ୧୩୨ ରନରେ ସୀମିତ ରଖିଥିଲେ । ଆମେରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ମଜବୁତ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଟିମ୍ ଇଣ୍ଡିଆର ବ୍ୟାଟିଂ ଯେମିତି ଭୁଶୁଡ଼ି ପଡ଼ିଥିଲା। ଗୋଟିଏ ପରେ ଗୋଟିଏ ବ୍ୟାଟର ପ୍ୟାଭିଲିୟନକୁ ଫେରିଲେ। ଓପନର ବ୍ୟାଟର ଅଭିଷେକ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ।
ଆହୁରି ପଢନ୍ତୁ :ପାକିସ୍ତାନକୁ ବଡ଼ ଝଟକା , ପିଓକେକୁ ଭାରତର ଅଂଶ ବୋଲି କହିଲା ଆମେରିକା
ଇଷାନ କିଷାନ ୨୦ ରନ୍, ତିଲକ ବର୍ମା ୨୫ ରନ୍ କରିଥିଲେ। ଏହାପରେ ଶିବମ୍ ଦୁବେ ଶୂନ, ରିଙ୍କୁ ସିଂ ୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ୍, ଅକ୍ଷର ପଟେଲ ୧୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଭାରତୀୟ ଇନିଙ୍ଗସ୍ ସମ୍ଭାଳିଥିଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟ ଅର୍ଦ୍ଧଶତକୀୟ ଖେଳି ଭାରତୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିଥିଲେ। ସୂର୍ଯ୍ୟକୁମାର ଗୋଟିଏ ପଟକୁ ସମ୍ଭାଳି ୪୯ ବଲରେ ୮୪ ରନର ଇନିଙ୍ଗସର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ । ଏହାପରେ ଭାରତୀୟ ବୋଲର ସିରାଜ ଶାଣିତ ବୋଲିଂ ପ୍ରଦର୍ଶନ କରି ୩ ୱିକେଟ ଖସାଇ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ ।
Follow Us