ବିଜୟରୁ ଅଭିଯାନ ଆରମ୍ଭ ; ୯ ୱିକେଟରେ ୟୁଏଇକୁ ହରାଇଲା ଭାରତ

ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ  । ୟୁଏଇକୁ ୫୭ ରନରେ ଅଲଆଉଟ ପରେ ୫ ଓଭରରେ ଜିତିଲା ଭାରତ । ୧୩.୧ ଓଭରରେ ଧରାଶାୟୀ ହେଲା ୟୁଏଇ ।    କୁଲଦୀପ ଯାଦବଙ୍କୁ ପ୍ରଭାବଶାଳୀ ବୋଲିଂ ।

7

କନକ ବ୍ୟୁରୋ: ୟୁଏଇ ବିପକ୍ଷରେ ୯ ୱିକେଟ୍‌ର ଜବରଦସ୍ତ ବିଜୟରୁ ଭାରତ ଏଠାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି । ଭାରତକୁ ଏହି ବଡ଼ ବିଜୟ ବୋଲର ଦେଇଛନ୍ତି । କୁଲଦୀପ ୟାଦବଙ୍କ ନେତୃତ୍ବରେ ବୋଲିଂ ବାହିନୀ ୟୁଏଇକୁ ମାତ୍ର ୫୭ ରନ୍‌ରେ ଅଟକାଇବା ପରେ ଅଭିଷେକ ଶର୍ମା ଓ ଶୁବମନ୍ ଗିଲଙ୍କ ଧମାକାଦାର ବ୍ୟାଟିଂ ପାଇଁ ଭାରତ ମାତ୍ର ୪.୩ ଓଭରରେ ବିଜୟୀ ହୋଇଛି । ଓଭର ଦୃଷ୍ଟିରୁ ଭାରତର ଏହା ଦ୍ରୁତତମ ଟ୍ବେଣ୍ଟି-୨୦ ବିଜୟ ହୋଇଛି । ୯୩ ବଲ୍ ପୂର୍ବରୁ ଜିତି ଭାରତୀୟ ଦଳ ମଧ୍ୟ ୨୦୨୧ ମସିହାରେ ଦୁବାଇଠାରେ ସ୍କଟଲାଣ୍ଡ୍ ବିପକ୍ଷରେ ହାସଲ କରିଥିବା (୮୧ ବଲ୍‌ ପୂର୍ବରୁ) ବିଜୟକୁ ଟପିଛି । ଅଭିଷେକ ଭାରତୀୟ ପଶ୍ଚାତ୍‌ଧାବନର ପ୍ରଥମ ବଲ୍‌କୁ ବିଶାଳ ଛକା ମାରିବା ବେଶ୍ ଦର୍ଶନୀୟ ଥିଲା । ବିଜୟର ପ୍ରମୁଖ ଭୂମିକା ନେଇଥିବା କୁଲଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe