କନକ ବ୍ୟୁରୋ : ଏସିଆ କପ୍ କ୍ରିକେଟ୍ରେ ଓମାନକୁ ହରାଇଛି ଭାରତ । ହେଲେ ଏହି ବିଜୟ କଷ୍ଟସାଧ୍ୟ ଥିଲା । ଲଢ଼ୁଆ ଖେଳ ପ୍ରଦର୍ଶନ କରି ଓମାନ ସମସ୍ତଙ୍କ ମନ ଜିଣି ନେଇଛି । ମାତ୍ର ଭାରତ ୨୧ ରନ୍ରେ ଏହି ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଭାରତ-ଓମାନ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍ ବିନିମୟରେ ୨୦ ଓଭରରେ ୧୮୮ ରନ୍ କରିଥିଲା । ସାମସନ୍ ୪୫ଟି ବଲ୍ରେ ସର୍ବାଧିକ ୫୬ ରନ୍ କରିଥିଲେ । ଅଭିଷେକ ଶର୍ମା ୩୮, ତିଳକ ବର୍ମା ୨୯ ଏବଂ ଇକ୍ସର ୨୬ ରନ୍ କରିଥିଲେ । ଓମାନର ବୋଲର୍ ଶାହା ଫୈସାଲ୍ , ଜିତେନ୍ ରାମାନନ୍ଦି ଓ ଅମିର୍ କାଲିମ୍ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଓମାନର ବ୍ୟାଟରମାନେ ବେଶ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଏହାର ଅଧିନାୟକ ଜଶିନ୍ଦର ସିଂ ୩୨ ରନ୍ କରି କୁଲଦୀପଙ୍କ ବଲରେ ବୋଲ୍ଡ ହୋଇଥିଲେ । ଅମୀର କାଲିମ୍ ସର୍ବାଧିକ ୬୪ ରନ୍ କରିଥିଲେ । ହାମାଦ୍ ମୀର୍ଜା ୫୧ ରନ୍ , ବିନାୟକ ଶୁକ୍ଳା ୧ ରନ୍ ଜିତେନ୍ ରାମାନନ୍ଦୀ ୧୨ ରନ୍ କରିଥିଲେ । ଭାରତ ଆଗରୁ ସୁପର ଫୋରରେ ପହଞ୍ଚିସାରିଛି ।
ଏସିଆ କପ୍ କ୍ରିକେଟରେ ଓମାନକୁ ହରାଇଲା ଭାରତ, ଲଢ଼ୁଆ ପ୍ରଦର୍ଶନ କରି ମନ ଜିଣିଲା ଓମାନ
/kanak/media/media_files/2025/09/20/4-2025-09-20-08-37-33.jpg)