କନକ ବ୍ୟୁରୋ : ପହଲଗାମ୍ ଆକ୍ରମଣ ପରେ , ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ରଣନୀତିକୁ ଧ୍ୟାନରେ ରଖି, ମୋଦୀ ସରକାର ପାକିସ୍ତାନରୁ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି । ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । 

Advertisment

ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛି ଭାରତ । ପହଲଗାମ୍ ଆକ୍ରମଣ ପରେ ସିନ୍ଧୁ ନଦୀ ପାଣିକୁ ବନ୍ଦ କରି ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲା ଭାରତ, ପରେ ଡିଜିଟାଲ୍ ଷ୍ଟ୍ରାଇକ୍ ଆଉ ଏବେ ଆମଦାନୀ ଉପରେ ରୋକ୍ ଲଗାଇ ବଡ ଝଟକା ଦେଇଛି । କୁହାଯାଉଛି, ଏହା ଦ୍ୱାରା ପାକିସ୍ତାନର ବ୍ୟବସାୟ ଏକପ୍ରକାର ଘାଟାରେ ପଡିଯିବ, ଏବଂ କୋଟି କୋଟି ଟଙ୍କାର କ୍ଷତି ସହିବ ପାକିସ୍ତାନ । 

ତେବେ ଭାରତ ଆମଦାନୀ ନିଷିଦ୍ଧ କରିବାର ନିଷ୍ପତ୍ତି ମାଧ୍ୟମରେ ସ୍ପଷ୍ଟ କରିଦେଇଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଚାଲିବ, ସେପର୍ଯ୍ୟନ୍ତ ପାକିସ୍ତାନକୁ କୌଣସି ସହଯୋଗ ଦିଆଯିବ ନାହିଁ, ତାହା ବାଣିଜ୍ୟ ହେଉ କି କୂଟନୈତିକ । ଏହି ନିଷ୍ପତ୍ତି ପାକିସ୍ତାନର ଅର୍ଥନୀତି ଉପରେ ବହୁତ ପ୍ରଭାବ ପକାଇବାକୁ ଯାଉଛି । ପାକିସ୍ତାନର ଅର୍ଥନୀତି ପୂର୍ବରୁ ଏକ ବଡ଼ ସଙ୍କଟରେ ଅଛି । ଭାରତରୁ ଆମଦାନୀ ଉପରେ ପ୍ରତିବନ୍ଧକ ପାକିସ୍ତାନର କିଛି ଶିଳ୍ପ ଉପରେ ସିଧାସଳଖ ପ୍ରଭାବ ପକାଇବ, ବିଶେଷକରି ଯେଉଁ ଶିଳ୍ପଗୁଡ଼ିକ ଭାରତ ଉପରେ ନିର୍ଭରଶୀଳ ଥିଲେ ।