ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ । ୧-୦ରେ ଆଗୁଆ ରହିଛି ଟିମ ଇଣ୍ଡିଆ

ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

10111

କନକବ୍ୟୁରୋ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ । ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତି ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ।

ସେପଟେ ସିରିଜରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର ମ୍ୟାଚ ଜିତିବା ଜରୁରୀ । ଗ୍ବାଲିୟରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଥିଲା  । ୧୨୮ ରନ୍‌ ଟାର୍ଗେଟକୁ ଭାରତ ମାତ୍ର ୧୨ ଓଭରରେ ହାସଲ କରିଥିଲା  । ଆଜିର ମ୍ୟାଚ ପାଇଁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ କିଛି ପରିବର୍ତ୍ତନ ହୋଇପାରେ । ଶିବମ୍ ଦୁବେଙ୍କ ସ୍ଥାନରେ ତିଲକ୍ ବର୍ମା ଓ ମୟଙ୍କ ଯାଦବଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିପାରେ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe