୨୦୨୩ ବିଶ୍ବକପ ପରାଜୟର ବଦଲା ନେଲା ଭାରତ : ୪ ୱିକେଟ ମାତ ଦେଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

ବଦଲା ନେଲା ଟିମ୍ ଇଣ୍ଡିଆ। ବିଦା ହେଲା ବିଶ୍ବ ବିଜେତା। ପୁଣିଥରେ କୋହଲି ଖେଳିଲେ ବିରାଟ ଇନିଂସ । କାମଦେଲା ରାହୁଲ ଓ ହାର୍ଦ୍ଦିକଙ୍କ ଇନିଂସ ।

KANGARU

Photograph: (KanakNews )

କନକବ୍ୟୁରୋ : ବଦଲା ନେଲା ଟିମ୍ ଇଣ୍ଡିଆ। ବିଦା ହେଲା ବିଶ୍ବ ବିଜେତା। ପୁଣିଥରେ କୋହଲି ଖେଳିଲେ ବିରାଟ ଇନିଂସ। କାମଦେଲା ରାହୁଲ ଓ ହାର୍ଦ୍ଦିକଙ୍କ ଇନିଂସ। ଅଲରାଉଣ୍ଡ ପ୍ରଦର୍ଶନ ସହ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ। ସେମିଫାଇନାଲରେ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ୪ ୱିକେଟ୍‌ରେ ହରାଇ ପୁଣିଥରେ ଟ୍ରଫି ଟିକେଟ୍ କାଟିଛି ଟିମ୍ ଇଣ୍ଡିଆ । 

ଏହି ବିଜୟ ସହ ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍‌ ପରାଜୟର ପ୍ରତିଶୋଧ ପୂରଣ ହୋଇଛି। ନକଆଉଟ୍ ମୁକାବିଲାରେ ସାମ୍ନାରେ ଯଦି କଙ୍ଗାରୁ ଟିମ୍ ଅଛି, ତାହେଲେ ଚାପ ରହିବା ସ୍ବାଭାବିକ। କିନ୍ତୁ ରୋହିତଙ୍କ ଟିମ୍ ଏଥର ହାର୍ ମାନିବା ମୁଡ୍‌ରେ ନଥିଲା। ପୁଣି ଟସ୍ ହାରିଥିଲେ ବି ଟିମର ମନୋବଳ ପୂର୍ବଭଳି ମଜଭୁତ ଥିଲା। 

କଙ୍ଗାରୁ ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୬୫ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଥିଲା। ଆରମ୍ଭରୁ ରୋହିତ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। କିନ୍ତୁ ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲ୍ ନିରାଶ କରିଥିଲେ। ମାତ୍ର ୮ ରନ୍ କରି ବେନ୍ ଡ୍ବାରସୁଇସଙ୍କ ଶିକାର ହୋଇଥିଲେ। ପରେ ପରେ ରୋହିତ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ ।

ଲଗାତର ୨ଟି ୱିକେଟ୍‌ ହରାଇବା ପରେ ସ୍ଥିତି ସମ୍ଭାଳିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ଦୁହେଁ ୯୧ ରନର ଭାଗିଦାରୀ ସହ ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଆୟର ୪୫ ରନ୍ କରି ଆଉଟ୍ ହେବା ପରେ କୋହଲିଙ୍କ ସାଥ ଦେଇଥିଲେ ଅକ୍ଷର ପଟେଲ। ଅକ୍ଷର ୨୭ ରନ୍‌ର ଉପଯୋଗୀ ଇନିଂସ ଖେଳି ପ୍ୟାଭିଲିୟନ ଫେରିବା ପରେ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଜବରଦସ୍ତ ଇନିଂସ। କୋହଲି ବ୍ୟକ୍ତିଗତ ୮୪ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ତେବେ ରାହୁଲ ଓ ହାର୍ଦ୍ଦିକ ଭାରତକୁ ଜିତାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe