କନକ ବ୍ୟୁରୋ : ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି । ଚଳିତ ଏସିଆ କପ୍‌ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି । ଏସିଆ କପରେ ଭାରତ ସମ୍ମୁଖରେ ଧରାଶାୟୀ ହୋଇଛି ପାକିସ୍ତାନ । ଅଧିନାୟକ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆରେ ପହଲଗାମର ପ୍ରତିଶୋଧ ନେଇଛି ଭାରତୀୟ କ୍ରିକେଟ ଟିମ୍ । ଗ୍ରୁପ୍‌ ଏ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ପରାଜିତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ବିଜୟ ପରେ ସୁପର୍‌-୪ ରେ ପ୍ରବେଶ ଭାରତ ପାଇଁ ସହଜ ହୋଇଥିବା ବେଳେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍ କରିଥିବା ବେଳେ ୧୫.୫ ଓଭରରେ ମାତ୍ର ୩ ୱିକେଟ୍ ବିନିମୟରେ ଭାରତୀୟ ଦଳ ବିଜୟ ହାସଲ କରିଛି । ଅଭିଷେକ ଶର୍ମା ୧୩ ବଲରେ ୩୧ ରନ୍‌, ତିଲକ ବର୍ମା ୩୧ ବଲରେ ୩୧ ରନ୍‌ ଓ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ୩୭ ବଲରେ ୪୭ ରନ୍‌ର ଅପରାଜିତ ଇନିଂସ ଖେଳି ଭାରତକୁ ବିଜୟ ଭେଟି ଦେଇଛନ୍ତି । ପାକିସ୍ତାନ ପକ୍ଷରୁ ସାମ ଆୟୁବ ସମସ୍ତ ୩ ୱିକେଟ ନେଇଥିଲେ।