କନକ ବ୍ୟୁରୋ: ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ତେବେ ଏହି ଦଳରେ ଖରାପ ଫର୍ମ ପାଇଁ ଯୁବ ବ୍ୟାଟର୍ ଶେଫାଳି ବର୍ମାଙ୍କୁ ସୁଯୋଗ ମିଳିନାହିଁ । ଦ୍ରୁତ ବୋଲର ରେଣୁକା ଠାକୁର ଓ ବ୍ୟାଟର୍ ପ୍ରତୀକା ରାୱଲଙ୍କୁ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବିସିସିଆଇ । ହର୍ମନପ୍ରୀତ କୌରଙ୍କୁ ଅଧିନାୟିକା ଏବଂ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟିକା ଦାୟିତ୍ୱ ଦିଆଯାଇଛି । ଏହି ଦଳ ସେପ୍ଟେମ୍ବର ୧୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳି ନିଜକୁ ପ୍ରସ୍ତୁତ କରିବ । ଏହି ଶୃଙ୍ଖଳା କେବଳ ଅମନଜୋତ କୌରଙ୍କ ବଦଳରେ ସାୟଲୀ ସଟଘାରେ ଖେଳିବେ ।
ଭାରତୀୟ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ (ୱିକେଟକିପର୍), କ୍ରାନ୍ତି ଗୌଡ଼, ସାୟଲି ସଟଘାରେ/ଅମନଜୋତ କୌର, ରାଧା ୟାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ୱିକେଟକିପର), ସ୍ନେହ ରାଣା ।