ଭାରତ ଏବଂ ୟୁରୋପ ଚୁକ୍ତି : ଜଳୁଛି ଆମେରିକା

Advertisment

ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରିଅର୍ କହିଛନ୍ତି, ଭାରତ ଏହି ଚୁକ୍ତିର ସବୁଠାରୁ ବଡ଼ ଲାଭାର୍ଥୀ ଭାବରେ ଉଭା ହୋଇଛି । ଏକ ସାକ୍ଷାତକାରରେ ଗ୍ରୀୟର କହିଛନ୍ତି, ଏହି ଚୁକ୍ତିନାମା ଭାରତକୁ ୟୁରୋପ ବଜାରରେ ପ୍ରବେଶ ଏବଂ ଇମିଗ୍ରେସନର ବଡ଼ ସୁଯୋଗ ଦେବ ।

ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରିଅର୍ କହିଛନ୍ତି, ଭାରତ ଏହି ଚୁକ୍ତିର ସବୁଠାରୁ ବଡ଼ ଲାଭାର୍ଥୀ ଭାବରେ ଉଭା ହୋଇଛି । ଏକ ସାକ୍ଷାତକାରରେ ଗ୍ରୀୟର କହିଛନ୍ତି, ଏହି ଚୁକ୍ତିନାମା ଭାରତକୁ ୟୁରୋପ ବଜାରରେ ପ୍ରବେଶ ଏବଂ ଇମିଗ୍ରେସନର ବଡ଼ ସୁଯୋଗ ଦେବ ।

India and Europe agreement

India and Europe agreement Photograph: (Kanak News)

କନକ ବ୍ୟୁରୋ : ଭାରତ ଏବଂ ୟୁରୋପ ମଧ୍ୟରେ ହୋଇଥିବା ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଜଳୁଛି ଆମେରିକା । ଏହି ଡିଲକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା । ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରିଅର୍ କହିଛନ୍ତି, ଭାରତ ଏହି ଚୁକ୍ତିର ସବୁଠାରୁ ବଡ଼ ଲାଭାର୍ଥୀ ଭାବରେ ଉଭା ହୋଇଛି । ଏକ ସାକ୍ଷାତକାରରେ ଗ୍ରୀୟର କହିଛନ୍ତି, ଏହି ଚୁକ୍ତିନାମା ଭାରତକୁ ୟୁରୋପ ବଜାରରେ ପ୍ରବେଶ ଏବଂ ଇମିଗ୍ରେସନର ବଡ଼ ସୁଯୋଗ ଦେବ । ସେ କହିଛନ୍ତି, "ଭାରତ ଏହି ଚୁକ୍ତିନାମାରେ ଟପରେ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ, ଭାରତ ଏହି ଚୁକ୍ତିନାମାରୁ ଯଥେଷ୍ଟ ଲାଭ ପାଇବାକୁ ଯାଉଛି ।"

ଗ୍ରୀୟର ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଆମଦାନୀ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କ ଏପର୍ଯ୍ୟନ୍ତ ହଟାଯାଇ ନାହିଁ । ଋଷୀୟ ଅଶୋଧିତ ତୈଳ କ୍ରୟ ହ୍ରାସ କରିବାରେ ଭାରତ ଅଗ୍ରଗତି କରିଛି ସତ, ତଥାପି ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ରହିଛି । ଫଳସ୍ୱରୂପ, ମୋଟ ଶୁଳ୍କ ୫୦ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ---ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା: ଶୋକ ପରିବେଶରେ ବିଜେପି-ଟିଏମ୍‌ସି ମୁହାଁମୁହିଁ

ଭାରତକୁ ଋଷଠାରୁ ଅଲଗା କରିବା କଷ୍ଟକର

ଗ୍ରୀୟର ସ୍ୱୀକାର କରିଛନ୍ତି, ଭାରତ ପାଇଁ ଋଷ ସହିତ ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିବା ସହଜ ହେବ ନାହିଁ । "ଭାରତ ଋଷ ତୈଳ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ପାଉଛି, ଏବଂ ଆମେରିକା ଭାରତର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି," ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ଆମେରିକାର ବାଣିଜ୍ୟ ଚୁକ୍ତି ଅଗ୍ରୀମ ପର୍ଯ୍ୟାୟରେ

ଏହାରି ମଧ୍ୟରେ, ଭାରତର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆମେରିକୀୟ ଗଣମାଧ୍ୟମକୁ କହିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତି ଏବେ ଏକ ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe