କନକ ବ୍ୟୁରୋ : ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଆଜି ରାତିରେ ହୋଇପାରେ । କାରଣ ଭାରତ ପାଇଁ ଆମେରିକା ଜାରି କରିଥିବା ଶୁଳ୍କ ସମୟସୀମାର ଆଜି ହେଉଛି ଶେଷ ଦିନ। ବାକି ଦେଶ ପାଇଁ  ଏହି ଡେଡଲାଇନ୍ ଅଗଷ୍ଟ ପହିଲାରେ ରଖାଯାଇଛି । ଏଭଳି ସ୍ଥଳେ ଅନୁମାନ କରାଯାଉଛି ଆଜି ରାତିରେ ଦୁଇ ଦେଶ ମଧ୍ୟରେ ଏହି ଡିଲ୍ ହୋଇପାରେ । ଗତକାଲି ହିଁ ଭାରତର ଜଣେ ବରିଷ୍ଠ ଅଧିକାରୀ କହିସାରିଛନ୍ତି ଭାରତ-ଆମେରିକା ମଧ୍ୟରେ ମିନି ଟ୍ରେଡ୍ ଡିଲ୍ ହୋଇସାରିଛି । କିଛିଦିନର ଚର୍ଚ୍ଚା ପରେ ଏହି ଡିଲ୍ ପକ୍କା ହୋଇଛି । କିନ୍ତୁ ଏନେଇ ଏଯାଏଁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ତେବେ ଆମେରିକା ଭାରତ ଉପରେ କେତେ ଶୁଳ୍କ ଲଗାଇବ ତାହା ସ୍ଥିର ହୋଇନାହିଁ ।

Advertisment

-ଆମେରିକା ଭାରତ ଉପରେ ୧୦ ରୁ ୨୦ % ଶୁଳ୍କ ଲଗାଇପାରେ 
-ଡୋନାଲ୍ଡ ଟ୍ରମ୍ପ ବିକ୍ସ ଦେଶ ଉପରେ ୧୦% ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି
-ବିକ୍ସ ଦେଶ ସମୂହରେ ଆସୁଛି ଭାରତ
-ଏଭଳି ସ୍ଥିତିରେ ୧୦%ରୁ କମ ଶୁଳ୍କ  ଲାଗିବା ସମ୍ଭାବନା କମ୍ ବୋଲି କୁହାଯାଉଛି
-ବର୍ତ୍ତମାନ ଭାରତ ଉପରେ ୨୬% ରେସିପ୍ରୋକାଲ ଟାରିଫ୍ ଲଗାଇବାକୁ ଘୋଷଣା ହୋଇଛି
-ଆମେରିକାର ପ୍ରମୁଖ ରପ୍ତାନୀକାରୀ ଦେଶ ମଧ୍ୟରେ ଭାରତ
-ଭାରତ ଆମେରିକାରୁ କମ୍ ଆମଦାନୀ ଓ ଅଧିକ ରପ୍ତାନୀ କରିଥାଏ 
-୧୦ରୁ ୨୦ % ଶୁଳ୍କ ଲାଗିଲେ ଭାରତ ପାଇଁ ହୋଇପାରେ ଲାଭଦାୟକ
-ଟେକ୍ସଟାଇଲ୍, ଔଷଧ, ସୁନାଗହଣା ଆମେରିକା ବଜାରରେ ଅଧିକ ପହଞ୍ଚିପାରିବ
-ରେସିପ୍ରୋକାଲ ଟାରିଫ୍ ହଟିଲେ ରପ୍ତାନୀ ଶସ୍ତା ହେବ ଓ ବ୍ୟାପାର ବଢ଼ିବ