କନକ ବ୍ୟୁରୋ :  ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ନୂଆଦିଲ୍ଲୀରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉଷ୍ମ କରିଛି । ଏହି ସାକ୍ଷାତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଗଭୀର କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।  ଜୟଶଙ୍କର କହିଛନ୍ତି ଯେ ସେ ଜର୍ମାନ ମନ୍ତ୍ରୀଙ୍କ ସହିତ ସମ୍ପର୍କର ନୂତନ ଦିଗ ଉପରେ ଆଲୋଚନା କରିବାକୁ ଆଶା କରୁଛନ୍ତି । ଏସ୍. ଜୟଶଙ୍କର ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଏବଂ ଜର୍ମାନୀ ମଧ୍ୟରେ ୧୦୦ ବର୍ଷରୁ ଅଧିକ ସମୟ ଧରି ବାଣିଜ୍ୟ ସମ୍ପର୍କ ରହିଛି । ସେ ୨୫ ବର୍ଷର ରଣନୈତିକ ସହଭାଗୀତା ଏବଂ ୫୦ ବର୍ଷର ବୈଜ୍ଞାନିକ ସହଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।