ପାକିସ୍ତାନକୁ ଘେରିବାକୁ ଭାରତର ଆଉ ଏକ ଉଦ୍ୟମ, ଆର୍ଥିକ ସହାୟତା ବନ୍ଦ କରିବାକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କକୁ ଅନୁରୋଧ

Advertisment

ଆର୍ଥିକ ସହାୟତା ବନ୍ଦ କରିବାକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କକୁ ଅନୁରୋଧ । ସଭାପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆର୍ଥିକ ସହାୟତା ବନ୍ଦ କରିବାକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କକୁ ଅନୁରୋଧ । ସଭାପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ପାକିସ୍ତାନକୁ ଲାଗିବ ଆର୍ଥିକ ଛାଟ

ପାକିସ୍ତାନକୁ ଲାଗିବ ଆର୍ଥିକ ଛାଟ Photograph: (kanakNews)

କନକ ବ୍ୟୁରୋ: ଜଳ,ଡିଜିଟାଲ ଷ୍ଟ୍ରାଇକ୍‌ ସାଙ୍ଗକୁ ପାକିସ୍ତାନ ପାଇଁ ଏୟାରସ୍ପେଶ ବନ୍ଦ କରିଛି ଭାରତ । ଏଥିସହ ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ମଧ୍ୟ ବନ୍ଦ କରିଛି ଭାରତ । ଆଗକୁ ଆତଙ୍କୀସ୍ତାନ ଉପରେ ଅର୍ଥନୀତି ପ୍ରହାର । ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଅଧ୍ୟକ୍ଷକଙ୍କୁ ସାକ୍ଷାତ କରି ପାକିସ୍ତାନକୁ ଆର୍ଥିକ ସହାୟତା କରିବାକୁ ଦାବି କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

 
ଯେଉଁ ଦେଶ ଆତଙ୍କବାଦକୁ ଶରଣ ଦିଏ ବା ପ୍ରଶୟ ଦିଏ ସେଭଳି ଦେଶକୁ କୌଣସି ପ୍ରକାର ଆର୍ଥିକ ସହାୟତା ଦେବା ଉଚିତ ନୁହେଁ ବୋଲି ଭାରତ ଯୁକ୍ତି ବାଢ଼େଇଛି । ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ଏଡିବି ଓ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଆର୍ଥିକ ସହାୟତା କରିଥାଏ । ଏହି ଅର୍ଥ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ସୁଧାରିବାକୁ,ରାସ୍ତା ନିର୍ମାଣ ଓ ବିଦ୍ୟୁତ ସୁବିଧାରେ ମୁଖ୍ୟତ ବ୍ୟବହାର କରାଯାଏ ଏଥିସହ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟର ସାମିଲ କରିବାକୁ ଭାରତ ଦାବି କରିଛି । ଏଥିସହ ଆଇଏମଏଫଠୁ ପାଉଥିବା ୭ ଆରବ ଡଲାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe