କନକ ବ୍ୟୁରୋ: ସୁଧୁରୁନି ପାକିସ୍ତାନ । ନିଜ ଖରାପ ଅଭ୍ୟାସକୁ ବାରମ୍ୱାର ଦୋହରାଉଛି । ଭାରତ ଉପରେ ରାଗ ସୁଝାଇବାକୁ ଯାଇ ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରୁଛି ଆକ୍ରମଣ । ଗୋଟିଏ ପଟେ ଆଫଗାନିସ୍ତାନ ଭାରତ ସହ ବନ୍ଧୁତା ବଢ଼ାଉଥିବା ବେଳେ ପାକିସ୍ତାନ ରକ୍ତଚାଉଳ ଚୋବାଉଛି । କହିବାକୁ ଗଲେ ଭାରତ-ଆଫଗାନିସ୍ତାନର ବନ୍ଧୁତାକୁ ଦେଖିପାରୁନି । ଯଦି ଆଫଗାନିସ୍ତାନ-ଭାରତ ଭିତରେ ବନ୍ଧୁତା ବଢ଼େ ତାହା ପାକିସ୍ତାନ ପାଇଁ କେତେ ବିପଦ ହୋଇପାରେ ତାହା ଭଲ ଭାବରେ ଜାଣିଛି ଆତଙ୍କୀସ୍ତାନ । 

Advertisment

ଗୁରୁବାର ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ପାକିସ୍ତାନୀ ଲଢ଼ୁଆ ବିମାନ ସହର ଭିତରେ ଆକ୍ରମଣ କରିଥିବା ସୂଚନା ମିଳିଛି, ଯେଉଁଥିରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ନେତା ନୁର ୱାଲି ମେହସୁଦଙ୍କୁ ଟାର୍ଗେଟ କରାଯାଇଥିଲା । ପାକିସ୍ତାନୀ ପ୍ରତିରକ୍ଷା ସୂତ୍ର ଦାବି କରିଛି ଯେ ଆକ୍ରମଣ ଟିଟିପି ନେତାଙ୍କୁ ଟାର୍ଗେଟ କରି କରାଯାଇଥିଲା । ପାକିସ୍ତାନୀ ଖବରକାଗଜ ଡନ୍ ଆଫଗାନ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ଅବଦୁଲ ହକ୍ ସ୍କୋୟାର ନିକଟରେ ଏକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା, ଯେଉଁଠାରେ ଏକ ଲ୍ୟାଣ୍ଡ କ୍ରୁଜର ଗାଡ଼ିକୁ ଟାର୍ଗେଟ କରାଯାଇଥିଲା।

ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତାକି ଭାରତ ଗସ୍ତରେ ଥିବା ବେଳେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ଼ଧରଣର ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ତେହେରିକ -ଏ- ତାଲିବାନ ପାକିସ୍ତାନ ନେତା ନୂର ୱାଲି ମେହେସୁଦ୍ ପ୍ରାଣ ହରାଇଥିବା ପାକିସ୍ତାନ ଦାବି କରୁଛି । ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତାବିକ ଭାରତ ଗସ୍ତରେ ଆସି ଦୁଇଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ଚେଷ୍ଟା କରୁଛନ୍ତି । ଏତିକି ବେଳେ କାବୁଲରେ  ଏୟାର ଷ୍ଟ୍ରାଇକ୍ ହୋଇଛି । ଏନେଇ ଉଦବେଗ ପ୍ରକାଶ କରିଛି ଭାରତ । 

ତେହେରିକ -ଏ- ତାଲିବାନ ଠିକଣା ଉପରେ ପାକିସ୍ତାନ ଏୟାର ଫୋର୍ସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନିକଟରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଧମକ ଦେଇଥିଲେ ଯେ ଆଫଗାନ ମାଟି ପାକିସ୍ତାନ ବିରୋଧୀ ଆତଙ୍କବାଦ ପାଇଁ ବ୍ୟବହାର କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହାର କିଛିଦିନ ପରେ କାବୁଲରେ ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ତେହେରିକ -ଏ- ତାଲିବାନ ପାକିସ୍ତାନ ନେତା ନୁର ୱାଲି ମେହେସୁଦଙ୍କ ମୃତ୍ୟୁ ନେଇ ଦ୍ବନ୍ଦ୍ବ ମଧ୍ୟ ଲାଗି ରହିଛି । ତାଲିବାନ କହିଛି, କୌଣସି ମୃତାହତର ଖବର ନାହିଁ । ମୃତାହତ ନେଇ ଯାହା ପ୍ରଚାର କରାଯାଉଛି ତାହା ମିଛି । କିନ୍ତୁ ନୁର ୱାଲି ମେହେସୁଦଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ଗଣମାଧ୍ୟମ ଦାବି କରୁଛନ୍ତି । ତାଲିବାନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଥିବା ବେଳେ କାବୁଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ଭିନ୍ନଦିଗକୁ ଇସାରା କରୁଛି ।

ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ତାଲିବାନଙ୍କ ଭାରତ ଗସ୍ତରେ ପାକିସ୍ତାନ ଆଦୌ ଖୁସି ନୁହେଁ। ଏହି କାରଣରୁ ପାକିସ୍ତାନ ତାଲିବାନକୁ କୋଣଠେସା କରିବା ଆରମ୍ଭ କରିଛି । ଏକ ସାକ୍ଷାତକାର ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କ ଉପରେ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ଆଫଗାନମାନେ ସବୁବେଳେ ଭାରତ ପ୍ରତି ବିଶ୍ୱସ୍ତ ରହିଆସିଛନ୍ତି ଏବଂ ଗତକାଲି ମଧ୍ୟ ପାକିସ୍ତାନ ବିରୋଧରେ ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ସେହିପରି ରହିବେ । ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତ-ଆଫଗାନିସ୍ତାନ ସମ୍ପର୍କ ପାକିସ୍ତାନର ଚିନ୍ତା ବଢ଼ାଇଛି ।