ମହାକାଶରୁ ଶତ୍ରୁ ଉପରେ ନଜର : ସ୍ୱଦେଶୀ ଉପଗ୍ରହ ପ୍ରଯୁକ୍ତିରେ ଭାରତର ବଡ଼ ସଫଳତା

Advertisment

ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି । ଅହମଦାବାଦସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି ।

ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି । ଅହମଦାବାଦସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି ।

Space

କନକ ବ୍ୟୁରୋ : ମହାକାଶରୁ ଶତ୍ରୁ ଉପରେ ନଜର । ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି । ଅହମଦାବାଦସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି । ପ୍ରଥମ ଥର ପାଇଁ କୌଣସି ଘରୋଇ କ୍ଷେତ୍ର କକ୍ଷପଥରେ ଥିବା ଅନ୍ୟ ବସ୍ତୁର ଫଟୋ ଉଠାଇବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି । ଭାରତର ମହାକାଶ ପରିସ୍ଥିତିଗତ ସଚେତନତା ବା କକ୍ଷପଥ ଗୁପ୍ତଚରୀକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଆଜିଷ୍ଟାର ଏହି ପ୍ରଦର୍ଶନ କେବଳ ଏକ ବୈଷୟିକ ସଫଳତା ନୁହେଁ । ଏହା ପ୍ରମାଣିତ କରିଛି ଯେ, ସମ୍ପୂର୍ଣ୍ଣ ଭାବରେ ଭାରତରେ ବିକଶିତ ସ୍ୱଦେଶୀ ଆଲଗୋରିଦମ, ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ ଓ ସାଟେଲାଇଟ୍ ଇଞ୍ଜିନିୟରିଂ ଦ୍ବାରା କକ୍ଷପଥରେ ଥିବା ବସ୍ତୁଗୁଡ଼ିକୁ ଟ୍ରାକ୍ ଓ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ଅଧିକ ପଢନ୍ତୁ : ମହାକାଶରୁ ଶତ୍ରୁଙ୍କ ଉପରେ କଡ଼ା ନଜର: ଗୁପ୍ତଚରୀ ପାଇଁ କକ୍ଷପଥରେ ଭାରତର ତୃତୀୟ ନୟନ

ମହାକାଶରୁ ଶତ୍ରୁ ଉପରେ ନଜର
ଭାରତ ପାଇଁ ବଡ଼ ସଫଳତା
ଭାରତୀୟ ବୈଜ୍ଞାନିକଙ୍କ ଅଦ୍ଭୁତ ସଫଳତା
ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଫଟୋ ଉଠାଇବାର ସ୍ୱଦେଶୀ କ୍ଷମତା
୮୦-କିଲୋ ଓଜନର ପୃଥିବୀ-ପର୍ୟ୍ୟବେକ୍ଷଣ ଉପଗ୍ରହକୁ ବ୍ୟବହାର କଲା ସ୍ବଦେଶୀ କମ୍ପାନି ଆଜିଷ୍ଟା
ଭାରତର ଘରୋଇ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ
ଦୁଇଟି ପରୀକ୍ଷଣରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ଚିତ୍ର କଏଦ 
ପ୍ରଥମଟି ପ୍ରାୟ ୩୦୦ କିଲୋମିଟର ଦୂରତାରେ ନିଆଯାଇଛି
ଦ୍ୱିତୀୟଟି ପ୍ରାୟ ୨୪୫ କିଲୋମିଟର ଦୂରତାରେ ନିଆଯାଇଛି
ଦ୍ରୁତଗତିରେ ଗତିଶୀଳ ଆଇଏସ୍‌ଏସ୍‌କୁ ଟ୍ରାକ କରିବା ଦାୟିତ୍ବ ପ୍ରଦାନ କରାଯାଇଥିଲା
ପ୍ରାୟ ୨.୨ ମିଟର ଇମେଜିଂ ସାମ୍ପଲିଂ କ୍ଷେତ୍ର ସହିତ ୧୫ଟି ବ୍ୟକ୍ତିଗତ ଫ୍ରେମ୍ କ୍ୟାପଚର୍‌ 
ଉଭୟ ପ୍ରୟାସ ୧୦୦ ପ୍ରତିଶତ ସଫଳ  
ଏହି ପ୍ରଯୁକ୍ତିବିଦ୍ୟା ଦ୍ବାରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ନିରୀକ୍ଷଣ କରିହେବ
କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଟ୍ରାକିଂ ଓ ଚିହ୍ନଟ କରିବାରେ ସହାୟତା କରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe