ଅଭ୍ୟାସ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା, ଫେରିଲେ ତିଳକ

Advertisment

ଏହି ଦୁଇଟି ମୁକାବିଲା ପାଇଁ ଆୟୁଷ ବଦୋନିଙ୍କ ନେତୃତ୍ବରେ ଭାରତ-ଏ ଦଳ ଘୋଷଣା ହୋଇଛି । ଏହି ଦଳରେ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ଆହତ ଜନିତ କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିପାରିନଥିଲେ ।

ଏହି ଦୁଇଟି ମୁକାବିଲା ପାଇଁ ଆୟୁଷ ବଦୋନିଙ୍କ ନେତୃତ୍ବରେ ଭାରତ-ଏ ଦଳ ଘୋଷଣା ହୋଇଛି । ଏହି ଦଳରେ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ଆହତ ଜନିତ କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିପାରିନଥିଲେ ।

tilak

tilak Photograph: (Kanak News)

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ ଯୁକ୍ତରାଷ୍ଟ୍ର ଆମେରିକା ଓ ନାମିବ୍ୟା ବିରୋଧରେ ଖେଳିବ । ଏହି ମ୍ୟାଚ ଦୁଇଟି ସୋମବାର ଓ ଶୁକ୍ରବାର ଯଥାକ୍ରମେ ନଭିମୁମ୍ବାଇ ଓ ବେଙ୍ଗାଲୁରୁରେ ଖେଳାଯିବ ।

ଏହି ଦୁଇଟି ମୁକାବିଲା ପାଇଁ ଆୟୁଷ ବଦୋନିଙ୍କ ନେତୃତ୍ବରେ ଭାରତ-ଏ ଦଳ ଘୋଷଣା ହୋଇଛି । ଏହି ଦଳରେ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ଆହତ ଜନିତ କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିପାରିନଥିଲେ । ତେବେ ସୁସ୍ଥ ହେବା ପରେ ସେ ଭାରତୀୟ ଦଳକୁ ଫେରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ସେ ଦୁଇଟିଯାକ ଅଭ୍ୟାସ ମୁକାବିଲା ଖେଳିବା ପରେ ବିଶ୍ବକପରେ ଭାରତୀୟ ଦଳ ସହ ଯୋଗ ଦେବେ। ବିସିସିଆଇ ପକ୍ଷରୁ ଘୋଷିତ ଭାରତ-ଏ ଦଳରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିସାରିଥିବା କେତେକ ଖେଳାଳିଙ୍କୁ ସାମିଲ କରାଯାଇଛି। ତିଳକଙ୍କ ବ୍ୟତୀତ ସାମିଲ ହୋଇଥିବା ଅନ୍ୟ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ରିୟାନ ପରାଗ, ରବି ବିଷ୍ଣୋଇ, ଖଲିଲ ଅହମ୍ମଦ, ମୟଙ୍କ ଯାଦବ।

ଆହୁରି ପଢ଼ନ୍ତୁ... ଭାରତର ଅନାହତ ସିଂ ଜିତିଲେ ସ୍କ୍ବାସ୍ ଅନ୍ ଫାୟାର ଓପନ୍

ଭାରତ-ଏ ଦଳ: ଆୟୁଷ ବଦୋନି (ଅଧିନାୟକ), ନମନ ଧୀର, ଅଶୁତୋଷ ଶର୍ମା, ପ୍ରିୟାଂଶ ଆର୍ଯ୍ୟା, ଏନ୍. ଜଗଦୀଶନ (ୱିକେଟକିପର୍), ତିଳକ ବର୍ମା, ରିୟାନ ପରାଗ, ମାନବ ସୁତାର, ଅଶୋକ ଶର୍ମା, ଉର୍ଭିଲ ପଟେଲ (ୱିକେଟରକ୍ଷକ), ଗୁରୁଜପନୀତ ସିଂହ, ବିପ୍ରାଜ ନିଗମ, ରବି ବିଷ୍ଣୋଇ, ଖଲିଲ ଆହମଦ ଓ ମୟଙ୍କ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe