କନକ ବ୍ୟୁରୋ: ଆଜି ନାମାଙ୍କନ ଦାଖଲ କରିବେ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି । ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । କଂଗ୍ରେସ ସାଂସଦ ପ୍ରସ୍ତାବକ ରହିବେ। ଏହା ସହ ଇଣ୍ଡି ମେଣ୍ଟର ଅନ୍ୟ ସାଂସଦମାନେ ମଧ୍ୟ ପ୍ରସ୍ତାବକ ରହିବେ । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସମେତ ଅନେକ ବରିଷ୍ଠ ନେତା ନାମାଙ୍କନ ବେଳେ ଉପସ୍ଥିତ ରହିବେ । ଇଣ୍ଡିମେଣ୍ଟ ପକ୍ଷରୁ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି ।
ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଗତକାଲି ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।