ଦୁର୍ନୀତି ଧରାଇଦେଲା ସ୍ୱତନ୍ତ୍ର ଅଡିଟ୍ । ବେଲପାହାଡ ପୌରପରିଷଦର ବଡବାବୁ ଦାନୀକର୍ଣ୍ଣ ଭଳି ବାଣ୍ଟିଛନ୍ତି ଟଙ୍କା, ଅର୍ଥ ଭରଣା ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Advertisment

ମିଳିଥିବା ସୂଚନା ମୁତାବକ, କରୋନା ମହାମାରୀ ସମୟରେ ପୌର ପରିଷଦରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା କର୍ମଚାରୀଙ୍କ ନାଁରେ ମନଇଚ୍ଛା ଟଙ୍କା ଉଠିଛି । କିନ୍ତୁ କାମ ନେଇ କୌଣସି ବିଲ ଦାଖଲ ହୋଇନଥିବା ବେଳେ ଅଗ୍ରୀମ ଟଙ୍କା ମଧ୍ୟ ଭରଣା ହୋଇନି । ଅନ୍ୟପଟେ ସ୍ବତନ୍ତ୍ର ଅଡିଟ ପରେ ହେରଫେର କରିଥିବା ଅଧିକାରୀଙ୍କ ଠାରୁ ଅଗ୍ରୀମ ଅର୍ଥ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ଯୁଗ୍ମ ସଚିବ । ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । 

Z^Zþ_ô^^þ_^þ_

କନକ ବ୍ୟୁରୋ : ଦୁର୍ନୀତିର ଚାରାଭୁଇଁ ପାଲଟିଛି ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦ । ସ୍ବତନ୍ତ୍ର ଅଡିଟ ହେବା ପରେ ପୌର ପରିଷଦରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ସାମନାକୁ ଆସିଛି । ବିଭିନ୍ନ ଉପାୟରେ ସରକାରୀ ଟଙ୍କା ହରିଲୁଟ୍ କରାଯାଇଛି । ଯାହାର ତଥ୍ୟଭିତ୍ତିକ ରିପୋର୍ଟ କନକ ନ୍ୟୁଜ ହାତରେ ଲାଗିଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବେଲପାହାଡ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିବା ଚିଠିରେ ଦୁର୍ନୀତିର କଳା ଚିଠା ବାବଦରେ ଉଲ୍ଲେଖ ଅଛି । 
-    ଅଗ୍ରୀମ ବାବଦକୁ ୭୨ ଲକ୍ଷ ୧୭ ହଜାର ୩୦୦ ଟଙ୍କା ଉଠାଯାଇଥିଲେ ମଧ୍ୟ ଭରଣା ହୋଇନି
-    ସାଉଣ୍ଡ ସିଷ୍ଟମ ପାଇଁ ଅତ୍ୟଧିକ ୭୪, ୦୫୨ ଟଙ୍କା ଦିଆଯାଇଛି
-    କିଛି କ୍ଲବକୁ ଦିଆଯାଇଥିବା ୩୭ ଲକ୍ଷ ୭୪ ହଜାର ୭୦୦ ଟଙ୍କା ଆର୍ଥିକ ଅନୁଦାନରେ ଅନିୟମିତତା 
-    ଡିଏଲଆର ଓ ଏନଏମଆରଙ୍କୁ ଇନସେନଟିଭ୍ ପ୍ରଦାନରେ ଅନିୟମିତତା
-    ପୌର ପରିଷଦ ପକ୍ଷରୁ ବିଭିନ୍ନ ଉତ୍ସବ ପାଳନ ଆଳରେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ
୨୦୧୬ରୁ ୨୦୨୩ ମଧ୍ୟରେ ଏହି ଅଗ୍ରୀମ ଟଙ୍କା ଉଠାଯାଇଥିଲେ ମଧ୍ୟ ଏହାର ଭରଣା ହୋଇନି । ଅନ୍ୟପଟେ ପୂର୍ବ କାଉନସିଲ ସମୟରେ ଦର୍ନୀତି ହୋଇଥିବା କହିଛନ୍ତି ବେଲପାହାଡ ପୌର ପରିଷଦ ଅଧ୍ୟକ୍ଷ ।

ମିଳିଥିବା ସୂଚନା ମୁତାବକ, କରୋନା ମହାମାରୀ ସମୟରେ ପୌର ପରିଷଦରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା କର୍ମଚାରୀଙ୍କ ନାଁରେ ମନଇଚ୍ଛା ଟଙ୍କା ଉଠିଛି । କିନ୍ତୁ କାମ ନେଇ କୌଣସି ବିଲ ଦାଖଲ ହୋଇନଥିବା ବେଳେ ଅଗ୍ରୀମ ଟଙ୍କା ମଧ୍ୟ ଭରଣା ହୋଇନି । ଅନ୍ୟପଟେ ସ୍ବତନ୍ତ୍ର ଅଡିଟ ପରେ ହେରଫେର କରିଥିବା ଅଧିକାରୀଙ୍କ ଠାରୁ ଅଗ୍ରୀମ ଅର୍ଥ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ଯୁଗ୍ମ ସଚିବ । ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । 

ଏବେ ପ୍ରଶ୍ନ ଉଠୁଛି, କାହା ନିର୍ଦ୍ଦେଶରେ ଉଠିଥିଲା ଅଗ୍ରୀମ ଟଙ୍କା? ଅଗ୍ରୀମ ଟଙ୍କାରେ କେଉଁ କାମ ହୋଇଛି? ବେଲପାହାଡ ପୌରପରିଷଦରେ ଦୁର୍ନୀତିକୁ ପ୍ରଶୟ ଦେଇଥିଲା କିଏ? ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ନେଇ ବଡବଡ଼ିଆଙ୍କୁ ଘଣ୍ଟ ଘୋଡାଯିବନି ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe