କନକବ୍ୟୁରୋ : ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ ସମ୍ବଲପୁରରେ ୭୯ତମ ସ୍ୱାଧୀନତା ଦିବସ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବହୁତ ଉତ୍ସାହ ଏବଂ ଆନନ୍ଦର ସହିତ ପାଳନ କରାଯାଇଥିଲା  ।  ଏହି ସମାରୋହକୁ ପାଳନ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବିଶେଷ ଉତ୍ସାହ  ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଥିଲେ ବିଦ୍ୟାଳୟର ଚେୟାରପର୍ସନ ଏବଂ ନିର୍ଦ୍ଦେଶକ ଶ୍ରୀ କେଶବ ଡାଲମିଆ। ପ୍ରଥମେ ମୁଖ୍ୟ ଅତିଥିଙ୍କ କରକମଳରେ ଆମ ରାଷ୍ଟ୍ରର ଆନ, ବାନ ଏବଂ ଶାନର ପ୍ରତୀକ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଗଲା ଏବଂ ସମସ୍ତ ଆଗନ୍ତୁକ ଅତିଥି, ବିଦ୍ୟାଳୟର ପ୍ରାଧାନ ଶିକ୍ଷକ, ଶିକ୍ଷକ,କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଷ୍ଟ୍ରଗାନ ସହିତ ପତାକାକୁ ସଲାମୀ ଦିଆଗଲା ।

Advertisment

ତା'ପରେ ବିଦ୍ୟାଳୟର ସଭାଗୃହରେ କାର୍ଯ୍ୟକ୍ରମର  ଆରମ୍ଭ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ବ୍ୟାଚ୍ ଲଗାଇ ସ୍ୱାଗତ କରାଗଲା। ମଞ୍ଚ ପରିଚାଳନା କରୁଥିବା ହିନ୍ଦୀ ବିଭାଗାଧ୍ୟକ୍ଷ ହେମନ୍ତ କୁମାର ଯାଦବ ସ୍ୱାଧୀନତା ଆନ୍ଦୋଳନ ଉପରେ ଆଲୋକପାତ କରି କହିଥିଲେ ଯେ ଆମକୁ କେତେ ସଂଘର୍ଷ ପରେ ସ୍ୱାଧୀନତା ମିଳିଛି ଏବଂ ଏହି ସ୍ୱାଧୀନତାର କେତେ ମହତ୍ତ୍ୱ ଅଛି । 

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡାଲମିଆ ନିଜ ଅଭିଭାଷଣରେ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଥିଲେ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ସେମାନଙ୍କୁ ନମନ ଜଣାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସଚିନ ପାଠକ ନିଜ ଅଧ୍ୟକ୍ଷୀୟ ଭାଷଣରେ ସ୍ୱାଧୀନତା ଦିବସ ଉପରେ ଆଲୋକପାତ କରି ଏହାର ମହତ୍ତ୍ୱ ବର୍ଣ୍ଣନା କରିଥିଲେ । 

ସେ  ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକାର ରକ୍ଷଣାବେକ୍ଷଣ ପ୍ରତି କ'ଣ କର୍ତ୍ତବ୍ୟ ରହିଛି ତଥା ମାତୃଭୂମି ପ୍ରତି କିପରି ସମ୍ମାନ କରିବା ଉଚିତ ଏହି ଐତିହାସିକ ଦିନରେ  ଉଦାହରଣ ଦେଇ ଏହା ଉପରେ ପ୍ରାଞଳ ଭାଵରେ ବର୍ଣନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସ ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମଧ୍ୟ ପାଳନ କରିଥିଲେ। ଏହି ଦୁଇ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜନ୍ମାଷ୍ଟମୀ ଏବଂ ସ୍ୱାଧୀନତା ଦିବସ ଉପରେ ଆଧାରିତ ଅନେକ ମନମୋହକ ଗୀତ-ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା, ଯାହା ଉପସ୍ଥିତ ସମସ୍ତ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଗଣ, ବିଦ୍ୟାଳୟ ଏକାଡେମିକ୍ କୋର୍ଡିନେଟର ରଶ୍ମିରେଖା ପଣ୍ଡା, ବରିଷ୍ଠ ଶିକ୍ଷକ ବିକ୍ରମ ଷଡଙ୍ଗୀ, ବିଜୟ ପ୍ରଧାନ, ନିଲିପ୍ତା ସାହୁ, ନମିତା ମିଶ୍ର, ଅର୍ଚ୍ଚନା ଦୋରା ତଥା ସମସ୍ତ ସମ୍ମାନିତ ଶିକ୍ଷକ,କର୍ମଚାରୀ ଉପସ୍ଥିତ ଥିଲେ। ଦ୍ବାଦଶ   ଶ୍ରେଣୀର ପ୍ରଧାନ ଛାତ୍ରୀ  ରିତିକା ମିଶ୍ରା ମଧ୍ୟ ସମ୍ବୋଧିତ କରିଥିଲେ। ଯେତେବେଳେ ଏକାଦଶ   ଶ୍ରେଣୀର ପ୍ରଧାନ ଛାତ୍ର ନିତିନ ଅଗ୍ରୱାଲ ଆଗନ୍ତୁକ ଅତିଥି, ଅଭିଭାବକ, ଶିକ୍ଷକ ଏବଂ କର୍ମଚାରୀ  ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶେଷରେ ସମସ୍ତ ବିଦ୍ୟାର୍ଥୀଙ୍କ ମଧ୍ୟରେ ମିଷ୍ଟାନ  ବିତରଣ କରି ଏହି  କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।