କନକବ୍ୟୁରୋ : ପ୍ରତିବର୍ଷ ୧୫ ଅଗଷ୍ଟ ଦିନ ଭlରତବାସୀ ସାଧୀନତା ଦିବସ ପାଳନ କରନ୍ତି l ଆଜିର ଏହି ପବିତ୍ର ଦିବସ କୁ ସେକ୍ଟର ୨ ସ୍ଥିତ ଡ଼ିସୋଜ଼ା ସ୍କୁଲ ବହୁତ ସୁନ୍ଦର ଭାବରେ ପାଳନ କରିଥିଲେ l ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଶ୍ଵେତା ଅଗ୍ରୱାଲ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ର ଆରମ୍ଭ ମୁଖ୍ୟ ଅତିଥି, ଅଧ୍ୟକ୍ଷl ଜୟୋତି ଗୁରୁୱାରl ଓ ସହ ଅଧ୍ୟକ୍ଷl ଜୟୀତା ନାୟକ ଙ୍କ ଦ୍ୱାରା ପତାକା ଉତ୍ତୋଳନ କରି କରା ଯାଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ l ତା ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଦେଶ ଓ ଦେଶ ର ବୀର ଯବାନ ଙ୍କୁ ସମ୍ମାନ ଜଣାଇ ପରେଡ କରିଥିଲେ l
/filters:format(webp)/kanak/media/media_files/2025/08/16/disoza-2025-08-16-14-22-24.jpeg)
ମୁଖ୍ୟ ଅତିଥି ନିଜର ଉଚ୍ଚକୋଟୀର ଭାଷଣ ଦ୍ୱାରା ପିଲାଙ୍କୁ ପ୍ରୋତ୍ସାହିତ କରିବା ସହ ବହୁ ସ୍ୱାଧୀନତା ସଂଗ୍ରାମୀ ଙ୍କ ବୀରତ୍ୱ ବିଷୟରେ କହିଥିଲେ l ସହ ଅଧ୍ୟକ୍ଷା ନିଜ ଅଭିଭାଷଣ ରେ ଦେଶ ପାଇଁ ସମ୍ମାନ ଜଣାଇ ଥିଲେ l ଶେଷରେ ବିଦ୍ୟାଳୟ ର ଛାତ୍ରୀ ଜୋତିର୍ମୟୀ କିଷାନ ନିଜର ଭାଷଣ ମାଧ୍ୟମ ରେ ଦେଶ ପ୍ରେମ ର ପ୍ରମାଣ ଦେଇଥିଲେ l
ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ମାନ ଙ୍କୁ ପୁରସ୍କାର ବିତରଣ କରିବା ପରେ ବିଦ୍ୟାଳୟ ର ପିଲାମାନେ ପ୍ରସ୍ତୁତ କରିଥିବା ସୁନ୍ଦର ସଙ୍ଗୀତ ଗାନ କରିଥିଲେ l ଏବଂ ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବେ ଜନ୍ମାଷ୍ଟମୀ ଉତ୍ସବ କୁ ନୃତ୍ୟ ମାଧ୍ୟମ ରେ ପାଳନ କରିଥିଲେ l
ଶ୍ରୀମତୀ ସରବରୀ ଦାସ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ l ଶେଷରେ ବିଦ୍ୟାଳୟ ର ଅଧ୍ୟାପିକା ମୃଣାଳିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟକ୍ଷl ଶ୍ରୀମତୀ ଜୟୋତି ଗୁରୁ୍ୱାରା ଓ ସହ ପ୍ରଧାନ ଅଧ୍ୟାପିକା ଜୟିତା ନାୟକ ଙ୍କ ମାର୍ଗଦର୍ଶନ ରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନ ଙ୍କ ଚେଷ୍ଟା ରେ ଆଜିର କାଯ୍ୟକ୍ରମ ଟି ସଫଳ ହୋଇପାରିଛି l