ଖଲ୍ଲିକୋଟ ବିଧାୟକଙ୍କ ନାମରେ ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟ : ଥାନାରେ ଏତଲା ଦେଲେ ଖଲ୍ଲିକୋଟ ବିଧାୟକ

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକଙ୍କ ନାମରେ ସୋସିଆଲ ମିଡିଆରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଇ ପୋଷ୍ଟ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକଙ୍କ ନାମରେ ସୋସିଆଲ ମିଡିଆରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଇ ପୋଷ୍ଟ ।

ASALIN

Photograph: (KanakNews )

କନକବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକଙ୍କ ନାମରେ ସୋସିଆଲ ମିଡିଆରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଇ ପୋଷ୍ଟ । ଏଥିସହ ବିଧାୟକଙ୍କ ଜାତିକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଅପ୍ରଚାର କରାଯାଉଥିବାରୁ ଥାନାରେ ଏତଲା ଦେଲେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ  । କିଛି ଦିନ ହେଲା ଫେସବୁକରେ ବିଭିନ୍ନ ଫେକ ପେଜ କରି ଏହି ସବୁ ପୋଷ୍ଟ କରାଯାଉଥିଲା  ।

ବିଧାୟକ ବିଜେଡି ସରପଂଚ ସମିତିସଭ୍ୟ ମାନଙ୍କ ଠାରୁ ପିସି ନେଉଥିବା ମଧ୍ୟ ଏହି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି  । ଯାହା ସମ୍ପୁର୍ଣ୍ଣ ମିଥ୍ୟ ଅଟେ ବୋଲି ବିଧାୟକ କହିଛନ୍ତି  । ବିଧାୟକ ଥାନରେ ଏତଲା ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି, ଏସିଏସଟି କମିସନର ଓ ଏଚଆରପିସି କୁ ଏହାର ନକଲ ପଠାଇଛନ୍ତି  । ତେବେ ତୁରନ୍ତ ସୋସିଆଲ ମିଡିଆରେ ମିଛ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ବିଧାୟକ ଥାନାରେ ଏତଲା ଦେଇଛନ୍ତି  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe